ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ପ୍ରସଙ୍ଗ ଉଠାଇ ସରକାରଙ୍କୁ ଟାର୍ଗେଟ କଲେ ବିରୋଧୀଦଳ

ସ୍ୱଳ୍ପ କାଳୀନ ବିଧାନସଭା ମୌସୁମୀ ଅଧିବେଶନର ୩ ଦିନ ପ୍ରବଳ ହଟ୍ଟଗୋଳ ମଧ୍ୟରେ ବିତିଥିଲେ ମଧ୍ୟ ଆଜି ଚର୍ତୁର୍ଥ ଦିନ ର ଗୃହ କାର୍ଯ୍ୟ ହୋଇଥିଲା I ଶୁନ୍ୟକାଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ପ୍ରସଙ୍ଗ ଉଠାଇ ସରକାରଙ୍କୁ ଟାର୍ଗେଟ କରିଥିଲେ ବିରୋଧୀଦଳ ମୁଖ୍ୟ ସଚେତକ ମୋହନ ମାଝୀ । କେନ୍ଦ୍ରୀୟ ଯୋଜନାକୁ ହଡପ କରାଯାଇଛି । ଭୋଟ ବ୍ୟାଙ୍କ ପାଇଁ ନେତା ଓ କର୍ମୀଙ୍କୁ ଗୃହ ବଣ୍ଟା ଯାଇଛି ବୋଲି କହିଥିଲେ I
ଶ୍ରୀ ମାଝୀ କହିଥିଲେ ଯେ ପ୍ରକୃତ ହିତାଧିକାରୀଙ୍କୁ ଘର ଦିଅ ନ ଯାଇ ଗୃହ ବଣ୍ଟନରେ ପାତର ଅନ୍ତର କରାଯାଇଛି । କେନ୍ଦ୍ରୀୟ ଟିମ ୫ ଜିଲ୍ଲାର ୯ ବ୍ଲକ ଯାଇ ଅନିୟମିତତା ଦେଖିଛନ୍ତି । ଅନିୟମିତତା ହୋଇଥିବା ନେଇ ରାଜ୍ୟସରକାରଙ୍କୁ କେନ୍ଦ୍ରୀୟ ଟିମ ଅବଗତ କରାଇଛନ୍ତି ହେଲେ କାର୍ଯ୍ୟାନୁଷ୍ଠାନ ହୋଇନି । ହଜାରେ କୋଟି ଟଙ୍କାର ଦୁର୍ନୀତି ହୋଇଥିବା କହିଲେ ମୋହନ ମାଝୀ ।
ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ କହିବା ପାଇଁ ଅଧିକ ସମୟ ମାଗିଲେ ବିରୋଧୀଦଳ ମୁଖ୍ୟ ସଚେତକ । ଶୁନ୍ୟକାଳରେ କହିବାକୁ ଅଧିକ ସମୟ ନଦେବାରୁ ବିରୋଧୀ ବିଜେପି ସଦସ୍ୟ ମାନେ ହୋ ହାଲ୍ଲା କରିଥିଲେ ।ଏବଂ ମୁଖ୍ୟ ବିରୋଧୀ ଦଳର ପଦ ମର୍ଯ୍ୟାଦା କ୍ଷୁର୍ଣ୍ଣ ହୋଇଥିବା କହି ବିଜେପି ସଦସ୍ୟ ମାନେ ଉପନେତା ବିଷ୍ଣୁ ସେଠୀ ଙ୍କ ସହିତ ଗାନ୍ଧୀମୂର୍ତ୍ତ ତଳେ ପ୍ରତିବାଦରେ ବସିଥିଲେ ।

Comments (0)
Add Comment