ୟୁକ୍ରେନରୁ ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ଆରମ୍ଭ ହେଲା ‘ଅପରେସନ ଗଙ୍ଗା’

ୟୁକ୍ରେନ-ଋଷିଆ ଘମାଘୋଟ ଲଢେଇ ମଧ୍ୟରେ ଗତକାଲି ୟୁକ୍ରେନରୁ ୨୧୯ ଭାରତୀୟ ଛାତ୍ର ଫେରିଥିବାବେଳେ ଆଜି ଦ୍ୱିତୀୟ ଫେଜ୍ ରେ ଆସି ପହଞ୍ଚିଲେ ୨୫୦ ଛାତ୍ରଛାତ୍ରୀ । ଋଷର ଆକ୍ରମଣ ପରେ ଶନିବାର ଠାରୁ ଏବେ ସୁଦ୍ଧା ୯୦୭ ଜଣ ଭାରତୀୟ ନାଗରିକମାନଙ୍କୁ ଭାରତ ଅଣାଯାଇଛି । ଅପରେସନ ଗଙ୍ଗା ଅଧୀନରେ ବୁଖାରେଷ୍ଟରୁ ୨୧୯ ଜଣ ଲୋକଙ୍କୁ ନେଇ ପ୍ରଥମ ବିମାନ ଶନିବାର ମୁମ୍ୱାଇରେ ପହଞ୍ଚିଥିଲା । ଏୟାର ଇଣ୍ଡିଆର ପ୍ରବକ୍ତା କହିଛନ୍ତି ବିମାନ କମ୍ପାନୀ ରବିବାର ବୁଖାରେଷ୍ଟ ଓ ବୁଦାପେଷ୍ଟକୁ ଆଉ ଦୁଇଟି ବିମାନ ପଠାଇବା ପାଇଁ ଯୋଜନା କରୁଛି ଯାହା ଫଳରେ ବିମାନ ସେଠାରୁ ପଞ୍ଚମ ଓ ଷଷ୍ଠ ଉଡ଼ାଣ ଭରିପାରିବ । ଏହି କ୍ରମରେ ଏୟାର ଇଣ୍ଡିଆରେ ସ୍ୱତନ୍ତ୍ର ବିମାନରେ ଦିଲ୍ଲୀ ଓ ପରେ ସେଠାରୁ ଭୁବନେଶ୍ୱର ଆସିଛନ୍ତି ପ୍ରବାସୀ ଓଡିଆ । ଓଡିଶା ପହଂଚିବା ପରେ ଶାନ୍ତିରେ ନିଶ୍ୱାସ ମାରିଛନ୍ତି ଛାତ୍ରଛାତ୍ରୀ । ଭାରତ ସରକାରଙ୍କ ଉଦ୍ୟମରୁ ସୁରକ୍ଷିତ ଭାବରେ ଜନ୍ମମାଟିକୁ ଫେରିଛନ୍ତି ସତ ହେଲେ ସେଠାରେ ଫସି ରହିଥିବା ବନ୍ଧୁଙ୍କୁ ନେଇ ଚିନ୍ତିତ ଅଛନ୍ତି । ଯୁଦ୍ଧର ବିଭୀଷିକାକୁ ଭୁଲି ପାରୁ ନାହାନ୍ତି ।
ଅନ୍ୟପଟେ ଭାରତ ସରକାରଙ୍କ ଅପରେସନ ଗଙ୍ଗା ଅଭିଯାନରେ ରବିବାର ସକାଳେ ବାଙ୍ଗାଲୋର, ଗୋଆରେ ପହଂଚିଛନ୍ତି ୟୁକ୍ରେନ ଫେରନ୍ତା ପ୍ରବାସୀ ଭାରତୀୟ । ।
ଅନ୍ୟପଟେ ଭାରତ ସରକାରଙ୍କ ଅପରେସନ ଗଙ୍ଗା ଅଭିଯାନରେ ରବିବାର ବାଙ୍ଗାଲୋର, ଗୋଆରେ ପହଂଚିଛନ୍ତି ୟୁକ୍ରେନ ଫେରନ୍ତା ପ୍ରବାସୀ ଭାରତୀୟ ।
ସେହିପରି ଏୟାର ଇଣ୍ଡିଆର ୩ଟି ବିମାନ ଦ୍ୱାରା ୟୁକ୍ରେନରେ ଫସିଥିବା ୬୮୮ ଜଣ ଭାରତୀୟ ନାଗରିକଙ୍କୁ ବୁଦାପେଷ୍ଟ ଦେଇ ଭାରତକୁ ଅଣା ଯାଇଛି । ଏହା ମଧ୍ୟରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଯ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି ପାଖାପାଖି ୧୩ହଜାର ଭାରତୀୟ ନାଗରିକ ଏବେ ୟୁକ୍ରେନରେ ଫସି ରହିଛନ୍ତି ଓ ସରକାର ସେମାନଙ୍କୁ ବହୁତ ଶୀଘ୍ର ଭାରତ ଫେରାଇ ଆଣିବା ପାଇଁ ଚେଷ୍ଠା କରୁଛନ୍ତି ।