ଓକାକ ସିଇଓ ଙ୍କ ଠାରୁ ଅନଲାଇନ ଟଙ୍କା ଲୁଟିବା ଘଟଣା : ଧରାପଡିଲା ନାଇଜେରିଆ ଠକ

ଅନଲାଇନ ମାଧ୍ୟମରେ ଓକାକ ସିଇଓ ଙ୍କ ଆକାଉଣ୍ଟ ରୁ ଟଙ୍କା ଲୁଟିବା ଘଟଣାରେ ନାଇଜେରିଆ ଲୁଟେରା ଗ୍ୟାଙ୍ଗ ର ମୁଖ୍ୟ କୁ ଦିଲ୍ଲୀ ପୋଲିସ ଗିରଫ କରିଛି I ଏହି ପ୍ରକାର କେସ୍‌ ନଭେମ୍ବର ୧ରେ ଦିଲ୍ଲୀରେ ହୋଇଥିଲା ଏହି ଠକ ଚିମେଲିନ୍ ଇମାନୁଏଲ ଆନିୱେତାଲୁକ ର ଆଉ ଜଣେ ସହଯୋଗୀ ବାଙ୍ଗାଲୋର ରେ ରହିଥିବା ଜଣା ପଡିଛି I ଏହି ଅନଲାଇନ ଟଙ୍କା ଠକେଇ ବାଙ୍ଗାଲୋରରୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ତାକୁ ଧରିବା ଲାଗି କ୍ରାଇମବ୍ରାଞ୍ଚ ଟିମ୍ ଏବେ ଦିଲ୍ଲୀ ପୋଲିସ ଓ ବାଙ୍ଗାଲୋର ପୁଲିସ ସହ ଯୋଗାଯୋଗରେ ରହିଛି ।
ଏନେଇ କ୍ରାଇମବ୍ରାଞ୍ଚ ଏଡିଜି କହିଛନ୍ତି, ହ୍ୟାକରମାନେ ପ୍ରଥମେ ଅଜଣା ନମ୍ବରରୁ ହ୍ୱାଟସ୍‌ ଆପ୍ କୁ ଏକ ଲିଙ୍କ ପଠାନ୍ତି। ଉକ୍ତ ଲିଙ୍କକୁ କ୍ଲିକ୍‌ କରିବା ପରେ ଆପେ ଆପେ ହ୍ୱାଟସ୍‌ ଆପ୍ ର କଣ୍ଟ୍ର୍ରୋଲ ସେମାନଙ୍କ ଅଧୀନକୁ ଚାଲି ଯାଉଛି। ଏହାପରେ ହ୍ୟାକ କରିଥିବା ବ୍ୟକ୍ତିଙ୍କ ଫ୍ରେଣ୍ଡ ଲିଷ୍ଟରେ ଥିବା ବ୍ୟକ୍ତିଙ୍କ ପାଖରୁ ଟଙ୍କା ସାହାଯ୍ୟ ମାଗୁଛନ୍ତି।

ସୂଚନାଅନୁସାରେ , ଗତ ଗୁରୁବାର ଓକାକ୍‌ ସିଇଓ ତଥା ରାଜ୍ୟ ଆଇଟି ବିଭାଗର ଅତିରିକ୍ତ ସଚିବ ମନୋଜ କୁମାର ପଟ୍ଟନାୟକଙ୍କ ହ୍ୱାଟସଆପ୍‌ କୁ ହ୍ୟାକ୍‌ କାରି ତାଙ୍କ ସମ୍ପର୍କୀୟ ଙ୍କୁ ସ୍ୱାସ୍ଥ୍ୟଗତ ସମସ୍ୟା ଅଛି ବୋଲି ମେସେଜ ପଠାଇ ସେମାନଙ୍କ ଠାରୁ ୭ ଲକ୍ଷ ଟଙ୍କା ଲୁଟି ନେଇ ଥିଲେ ଏହି ସାଇବର ଲୁଟେରା ।

ସେମାନେ ବ୍ୟାଙ୍କ ଆକାଉଣ୍ଟ ଓ ୟୁପିଆଇରେ ଟଙ୍କା ଦେଇଥିଲେ। ସତ ପଦାକୁ ଆସିବା ପରେ ଏ ସଂପର୍କରେ ସେମାନେ ଭୁବନେଶ୍ୱର ସହିଦ ନଗର ଥାନାରେ ଏତଲା ଦେଇଛନ୍ତି । ମନୋଜ ପଟ୍ଟନାୟକ ନିଜେ ମଧ୍ୟ ଥାନାରେ ଏତଲା ଦେଇଛନ୍ତି ।
କ୍ରାଇମବ୍ରାଞ୍ଚ ପକ୍ଷରୁ ଏହି ଘଟଣାର ଖୋଳତାଡ଼ ଆରମ୍ଭ କରାଯାଇ ଏଥିରେ ନାଇଜେରିଆ ଗ୍ୟାଙ୍ଗର ସମ୍ପୃକ୍ତି ଥିବା ଜଣାପଡ଼ିଛି।

Comments (0)
Add Comment