ବଜ୍ରାଘାତ ରେ ଖୁଣ୍ଟା ଅଂଚଳ ରେ ଜଣଙ୍କ ମୃତ୍ୟୁ

ବାରିପଦା ର ଖୁଣ୍ଟା ଥାନା ଅନ୍ତର୍ଗତ ତଳକୁଣ୍ଡ ଗ୍ରାମ ର ଜୟଦେବ ମହାନ୍ତ ବିଲରୁ କାମ କରି ଫେରୁଥିବା ବେଳେ ରାସ୍ତାରେ ବଜ୍ରପାତ ଘଟି ପ୍ରାଣ ହରାଇଛନ୍ତି । ଜୟଦେବ ନିଜ ବିଲରୁ କାମ ସାରି ଫେରୁଥିଲେ କିନ୍ତୁ ରାସ୍ତାରେ ଆସୁଥିବା ବେଳେ ଝିପିଝିପି ବର୍ଷା ଲାଗି ରହିଥିଲା ଏବଂ ମଝିରେ ମଝିରେ ବଜ୍ରାଘାତ ହେଉଥିଲା । ସେହି ସମୟ ରେ ବଜ୍ରାଘାତରେ ଗୁରୁତର ହୋଇ ରାସ୍ତାରେ ପଡି ଯାଇଥିଲେ । ସ୍ଥାନୀୟ ଲୋକେ ଏହା ଦେଖିପାରି ତାଙ୍କୁ ଚିକିତ୍ସା ନିମନ୍ତେ ଖୁଣ୍ଟା ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ନେଇ ଖୁଣ୍ଟା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି,ଜୟଦେବ ଙ୍କୁ ମୃତ୍ୟୁ ରେ ତାଙ୍କ ପରିବାର ସହିତ ସ୍ଥାନୀୟ ଅଂଚଳ ରେ ଶୋକ ର ଛାୟା ଖେଳି ଯାଇଛି I

Comments (0)
Add Comment