ଭୁବନେଶ୍ୱର : ଏକାମ୍ର ବାଲିଯାତ୍ରା ମହୋତ୍ସବ ଉଦ୍ଘାଟିତ ହେବା ପରଠାରୁ ଚଳଚଞ୍ଚଳ ହୋଇଛି ଏକାମ୍ର ନିର୍ବାଚନ ମଣ୍ଡଳୀର କୁଆଖାଇ ନଦୀପଠା। ଆଜି ଦ୍ଵିତୀୟ ଦିନରେ ମହୋତ୍ସବ ରେ ଜନ ସମୁଦ୍ର ଦେଖିବାକୁ ମିଳିଥିଲା। ପ୍ରଥମ ଥର ହେଉଥିବାରୁ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ପରିଲକ୍ଷିତ ହୋଇଛି। ଆଜି ମେଲୋଡି ନାଇଟ୍ ମଣ୍ଟୁ ଛୁରିଆ ଲୋକପ୍ରିୟ କଣ୍ଠଶିଳ୍ପୀ ଓ ପ୍ରିୟା ଚୌଧୁରୀ ଓଡ଼ିଆ ଚଳଚିତ୍ର ଅଭିନେତ୍ରୀ ଶୀତୁଆ ସଂଧ୍ୟାରେ ଲୋକଙ୍କୁ ବାନ୍ଧି ରଖିଥିଲେ।ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ଦୋଳି, ବିଭିନ୍ନ ଖାଇବା ଲୋକଙ୍କୁ ମୋହିତ କରୁଛି। ଆଜି ସଂଧ୍ୟାରେ ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ,ବାଲିଯାତ୍ରା କମିଟିର ସଭାପତି ତଥା ଏକାମ୍ର ବିଧାୟକ ବାବୁ ସିଂ ,ବିଧାୟକ ଆଶ୍ରିତ ପଟ୍ଟନାୟକ ଅତିଥିଭାବେ ଯୋଗଦେଇ ଦ୍ୱିତୀୟ ସଂଧ୍ୟାରେ ଉତ୍ସବ କୁ ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମ ରେ worldbodybuildingandphysiquesports ୨୦୨୪ ରେ ବ୍ରୋଞ୍ଜ ପଦକ ବିଜୟୀ ହୋଇ ଭାରତ ତଥା ଓଡ଼ିଶା ପାଇଁ ଗୌରବ ଆଣିଥିବାରୁ ବଡ଼ି ବିଲଡ଼ର ଜଗନ୍ନାଥ ଖୁଣ୍ଟିଆ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।କାର୍ଯ୍ୟକ୍ରମ ରେ କମିଟିର ସାଧାରଣ ସମ୍ପାଦକ କବିରାଜ ସ୍ବାଇଁ, ଭୁବନେଶ୍ୱର ବ୍ଲବ୍ ଅଧକ୍ଷ ନିରୁପମା ସାହୁ,ଜିଲ୍ଲା ମହିଳା ମୋର୍ଚ୍ଚା ସଭାପତି ସୁଭାଷିନୀ ପୃଷ୍ଟି, ଯୁବ ବ୍ୟବସାଇ ବିଜନ ବାରିକ, ଅବିନାଶ ଦେଓ ପ୍ରମୁଖ ଯୋଗଦେଇଥିଲେ।ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ଏହି ମହୋତ୍ସବ ଚାଲିବ। ଏକାମ୍ର ନିର୍ବାଚନ ମଣ୍ଡଳୀ ତଥା ବାଙ୍କୁଆଳ, କେଶୁରା, କୋରଡ଼କଣ୍ଟା, ଦୁର୍ଗାପୁର ପାଟଣା ଓ ବାସୁଆଘର ମୁରବି ଓ ଯୁବଗୋଷ୍ଠୀଙ୍କୁ ନେଇ ପ୍ରଥମଥର ଲାଗି ଏକାମ୍ର ବାଲିଯାତ୍ରା ମହୋତ୍ସବ-୨୦୨୪ ଆୟୋଜନ କରାଯାଇଛି।