ସମ୍ବିଧାନ ଦିବସ ପାଳନ ଅବସର ରେ କଂଗ୍ରେସ ଉପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରହାର କହିଲେ ‘ପରିବାର ପାଇଁ, ପରିବାର ଦ୍ୱାରା ..’

ଆଜି ଦେଶ ସମ୍ବିଧାନ ଦିବସ ପାଳନ କରୁଛି। ଏଥି ସହିତ, ଆଜି ମୁମ୍ବାଇରେ ୨୬ /୧୧ ଆତଙ୍କବାଦୀ ଆକ୍ରମଣର ୧୩ ତମ ବାର୍ଷିକୀ | ସମ୍ବିଧାନ ଦିବସ ଅବସରରେ ସଂସଦରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ୨୬/୧୧ ମୁମ୍ବାଇ ଆକ୍ରମଣ ଦେଶବାସୀଙ୍କ ପାଇଁ ଦୁଃଖର ଦିନ । ସେ ନିଜର ଅଭିଭାଷଣ ଆରମ୍ଭ ରେ କହିଛନ୍ତି ଯେ ଆଜି ଯେ ଆଜି ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାର ଦିନ। ସେ ପ୍ରଥମେ ଡକ୍ଟର ବିଆର ଆମ୍ବେଦକର ଏବଂ ରାଜେନ୍ଦ୍ର ପ୍ରସାଦଙ୍କୁ ପ୍ରଣାମ କରି ରାଷ୍ଟ୍ରକୁ ସମ୍ବୋଧିତ କରିଥିଲେ ଇ ଏହା ସହିତ ୨୬ /୧୧ମୁମ୍ବାଇ ଆତଙ୍କବାଦୀଙ୍କ ଆକ୍ରମଣ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ I
ସମ୍ବିଧାନ ଦିବସ ପାଳନ ଅବସରରେ ସଂସଦରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ପ୍ରମୁଖ ଯୋଗଦେଇଥିଲେ । କରିବା ଅବସର ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ‘ପାରିବାରିକ ଦଳ ଗଣତନ୍ତ୍ର ପାଇଁ ବିପଦ’ ଏହା ସହିତ ପ୍ରଧାନମନ୍ତ୍ରୀ ମୋଦୀ ଦୁର୍ନୀତିକୁ ନେଇ କହିଛନ୍ତି କି ସମାଜରେ ଦୁର୍ନୀତିଗ୍ରସ୍ତଙ୍କୁ ସମ୍ମାନ ଦେବା ଅଭ୍ୟାସ ମଧ୍ୟ ଗଣତନ୍ତ୍ରର କପଡାକୁ କ୍ଷତି ପହଞ୍ଚାଉଛି।
ସୂଚନା ଅନୁସାରେ ୧୩ ବର୍ଷ ତଳେ ଆତଙ୍କବାଦୀମାନେ ମୁମ୍ବାଇରେ ରଚିଥିଲେ ଭୟଙ୍କର ଷଡଯନ୍ତ୍ର । ସବୁଦିନ ଭଳି ମାୟାନଗରୀ ମୁମ୍ବାଇ ବେଶ ଚଳଚଂଚଳ ଥିବା ବେଳେ ପାକିସ୍ତାନ ଦ୍ୱାରା ପ୍ରେରିତ ଆତଙ୍କବାଦୀଙ୍କ ଗୁଳିମାଡ଼ରେ ଥରି ଉଠିଥିଲା ମୁମ୍ବାଇ । ଛତ୍ରପତି ଶିବାଜୀ ଟର୍ମିନାଲ ଭିତରେ ୨ ଜଣ ଆତଙ୍କବାଦୀ ପହଂଚି ଆଖିବୁଜା ଗୁଳିଚାଳନା କରିଥିଲେ । ଆଉ ସବୁଦିନ ପାଇଁ ଚାଲିଯାଇଥିଲା ୫୮ ଜଣ ନିରୀହ ଲୋକଙ୍କ ଜୀବନ । ଛତ୍ରପତି ଶିବାଜୀ ଟର୍ମିନାଲ ବ୍ୟତିତ ହୋଟେଲ ତାଜ, ହୋଟେଲ ଓବେରାୟ, ଲିଓପୋଲଡ଼ କ୍ୟାଫେ, କାମା ହସ୍ପିଟାଲ ଏବଂ ଦକ୍ଷିଣ ମୁମ୍ବାଇର ଅନେକ ସ୍ଥାନରେ ଆକ୍ରମଣ କରିଥିଲେ ଆତଙ୍କବାଦୀ । ସହରର ଅନେକ ସ୍ଥାନରେ ମୁହାଁମୁହିଁ ପରିସ୍ଥିତି ଦେଖାଦେଇଥିଲା ।

ପୁଲିସ ସମେତ ଅର୍ଦ୍ଧସାମରିକ ବଳ ମଧ୍ୟ ଆତଙ୍କି ବିରୋଧୀ ଲଢେଇରେ ସାମିଲ ହୋଇଥିଲେ । ମୁମ୍ବାଇ ଛତ୍ରପତି ଶିବାଜୀ ଟର୍ମିନାଲରେ ରକ୍ତର ହୋଲି ଖେଳିଥିଲେ ଆତଙ୍କି । ଅଜମଲ ଅମିର କସାବ ଜୀବନ୍ତ ଧରାପଡ଼ିବା ପରେ ପାକିସ୍ଥାନ ଆତଙ୍କି ଆକ୍ରମଣର ଯୋଜନା କରିଥିବା ନେଇ ପୋଲ ଖୋଲିଥିଲା । କସାବ ବିରୋଧରେ ମାମଲା ଚାଲିଥିଲା । ଶେଷରେ ତାକୁ ଫାଶୀ ଖୁଂଟରେ ଝୁଲାଯାଇ ମୃତ୍ୟୁ ଦଣ୍ଡ ଦିଆଯାଇଥିଲା ।

ଏହି ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ପ୍ରଧାନମନ୍ତ୍ରୀ । ତେବେ ସଂସଦ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ କଂଗ୍ରେସ ସମେତ ଏକାଧିକ ରାଜନୈତିକ ଦଳ ସାମିଲ ହୋଇନଥିଲେ ।

Comments (0)
Add Comment