ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧ ବାର୍ଷିକୀ ରେ ଭାବପ୍ରବଣ ହେଲେ ରାହୁଲ ଗାନ୍ଧୀ,ବାପାଙ୍କୁ ସ୍ମରଣ କରି କହିଲେ ଏମିତି

ପୂର୍ବତନ ପ୍ରଧାନ ମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ୩୧ ତମ ଶ୍ରାଦ୍ଧ ବାର୍ଷିକୀ I: ଆଜି ଦିନରେ ଭାରତର ରାଜନୈତିକ ଇତିହାସ ରେ ଘଟିଥିଲା ସବୁଠାରୁ ଦୁଃଖଦ ଘଟଣା I ୩୧ ବର୍ଷ ପୂର୍ବେ ମେ ୨୧ ରେ, ଦକ୍ଷିଣ ଭାରତର ତାମିଲନାଡୁରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ମାନବ ବୋମା ଦ୍ୱାରା ହତ୍ୟା କରାଯାଇଥିଲା। ଆଜି କଂଗ୍ରେସ ଦଳ ସମେତ ସମଗ୍ର ଦେଶ ତାଙ୍କୁ ମନେ ପକାଉଛନ୍ତି I ଏହି ଅବସରରେ ତାଙ୍କ ପୁଅ ରାହୁଲ ଗାନ୍ଧୀ ମଧ୍ୟ ତାଙ୍କ ପିତାଙ୍କୁ ସ୍ମରଣ କରି ନିଜର ମନ କଥା ସେୟାର କରିଛନ୍ତି ।

ତାଙ୍କ ପିତାଙ୍କ ୩୧ ତମ ପୂଣ୍ୟତିଥୀ ରେ କେରଳର ୱାୟାନାଡ ରୁ କଂଗ୍ରେସ ନେତା ତଥା ସାଂସଦ ଥିବା ରାହୁଲ ଗାନ୍ଧୀ ଟ୍ୱିଟ କରି ତାଙ୍କ ପିତାଙ୍କୁ ସ୍ମରଣ କରିଛନ୍ତି। ରାହୁଲ ଗାନ୍ଧୀ ଲେଖିଛନ୍ତି ଯେ ତାଙ୍କ ପିତା ଜଣେ ଦୂରଦୃଷ୍ଟି ସମ୍ପନ୍ନ ନେତା ଥିଲେ , ଯାହାଙ୍କ ର ନୀତି ଆଧୁନିକ ଭାରତ ଗଠନ କରିବାରେ ସାହାଯ୍ୟ କରିଥିଲା । ରାହୁଲ ଗାନ୍ଧୀଙ୍କ ଅନୁଯାୟୀ ତାଙ୍କ ପିତା ଜଣେ ଦୟାଳୁ ଏବଂ ଉଦାର ବ୍ୟକ୍ତି ଥିଲେ। ସେ ମୋତେ ଏବଂ ପ୍ରିୟଙ୍କାଙ୍କ ପାଇଁ ଜଣେ ଅଦ୍ଭୁତ ପିତା ଥିଲେ, ଯିଏ ଆମକୁ କ୍ଷମା ଏବଂ ସହାନୁଭୂତିର ମୂଲ୍ୟ ଶିଖାଇଥିଲେ | ମୁଁ ତାଙ୍କୁ ବହୁତ ମନେ ପକାଉଛି … ‘

ଭାରତର ସର୍ବ କନିଷ୍ଠ ଯୁବ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ୨୧ ମଇ ୧୯୯୧ ତାମିଲ୍ନାଡୁ ର ଶ୍ରୀ ପେରୁମ୍ବୁଦୁର ଠାରେ ଶ୍ରୀଲଙ୍କା ର ଆତଙ୍କବାଦୀ ମାନେ ମାନବ ବୋମା ଦ୍ୱାରା ହତ୍ୟା କରିଥିଲେ । କିନ୍ତୁ ତାର ୫ ବର୍ଷ ପୂର୍ବେ ଆମେରିକା ଗୁଇନ୍ଦା ଏଜେନ୍ସୀ ସିଆଇଏ ଏକ ରିପୋର୍ଟରେ ତାଙ୍କ ଉପରେ ଆକ୍ରମଣ ହେବା, ହତ୍ୟା ଷଡଯନ୍ତ୍ର ହେବା ନେଇ ଆଶଙ୍କା କରିଥିଲା । ଏହା ପରେ ରାଜୀବ ଗାନ୍ଧୀ ୧୯୮୯ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ୪୦ ବର୍ଷ ବୟସରେ ପ୍ରଧାନମନ୍ତ୍ରୀ ହୋଇଥିବା ରାଜୀବ ଗାନ୍ଧୀ ଭାରତର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ତଥା ବୋଧହୁଏ ସରକାରଙ୍କ ନେତୃତ୍ୱ ନେଉଥିବା ଦୁନିଆର ସବୁଠାରୁ କନିଷ୍ଠ ରାଜନେତା ଥିଲେ।
୧୯୯୧ ମସିହାର ଏହି ଘଟଣା ସାରା ଦେଶକୁ ଚକିତ କରିଦେଇଥିଲା । ଏଲଟିଟିଇ ଉଗ୍ରବାଦୀମାନେ ଶ୍ରୀଲଙ୍କାରେ ଶାନ୍ତି ସେନା ପଠାଇବାକୁ ନେଇ କ୍ଷୁବ୍ଧ ହୋଇ ତାମିଲ ବିଦ୍ରୋହୀମାନେ ତାମିଲନାଡୁ ସ୍ପିପେରୁମ୍ବୁଦୁରରେ ରାଜୀବ ଗାନ୍ଧୀଙ୍କ ଉପରେ ଆତ୍ମଘାତୀ ଆକ୍ରମଣ କରିଥିଲେ । ଯେଉଁଥିପାଇଁ ସେମାନେ ଜଣେ ମହିଳାଙ୍କୁ ବ୍ୟବହାର କରିଥିଲେ ।

ସେହି ସମୟରେ ଲୋକସଭା ନିର୍ବାଚନ ପାଇଁ ପ୍ରଚାର କରୁଥିବା ରାଜୀବ ଗାନ୍ଧୀଙ୍କ ନିକଟକୁ ଜଣେ ମହିଳା ଫୁଲ ମାଳ ନେଇ ପହଞ୍ଚିଥିଲେ । ଯିଏକି ରାଜୀବ ଗାନ୍ଧୀଙ୍କ ଅତି ନିକଟକୁ ଯାଇ ନିଜକୁ ବମ୍ ଦ୍ବାରା ଉଡାଇଦେଇଥିଲା । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ରାଜୀବ ଗାନ୍ଧୀଙ୍କ ସହିତ ସେଠାରେ ଉପସ୍ଥିତ ଥିବା ଅଧିକାଂଶ ଲୋକଙ୍କର ମୃତ୍ୟୁ ହୋଇଥିଲା ।