‘ଓମୀକ୍ରନ’ଅଧିକ ସଂକ୍ରମିତ କମ ଗୁରୁତର : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର

ରାଜ୍ୟରୁ ବର୍ତ୍ତମାନ ଓମିକ୍ରନ ସଂକ୍ରମିତ ଙ୍କ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଉଛି I ଆଜି ସୁଦ୍ଧା ସଂକ୍ରମିତ ଙ୍କ ସଂଖ୍ୟା ୩୭ ଚିହ୍ନଟ ହେଲାଣି I ତେବେ ରବିବାର ସୁଦ୍ଧା ସମସ୍ତ ୨୩ ଜଣ ବିଦେଶ ଫେରନ୍ତା ଙ୍କ ଭିତରୁ ୧୯ ଜଣଙ୍କ ଥରେ ଓମିକ୍ରନ ଲକ୍ଷଣ ନାହିଁ I ପୂର୍ବରୁ ଯେଉଁମାନେ ବିଦେଶରୁ ଫେରିଥିଲେ ସେମାନଙ୍କର ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଲା ପରେ ଜିନମ୍‌ ସିକ୍ୟୁଏନ୍ସି ଯାଇଥିଲା ଏବଂ ସେମାନଙ୍କ ଠାରେ ଓମିକ୍ରନ ଲକ୍ଷଣ ନ ଥିବା କଥା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଓମିକ୍ରନ୍‌ ଅଧିକ ସଂକ୍ରମଣ କରିବ, ଗୁରୁତର ତାହା ନୁହେଁ ।ବହୁତ କମ୍ ଲୋକଙ୍କ ଠାରେ ସିମ୍‌ଟମ୍‌ ରହିଥିବା ବେଳେ ଅନ୍ୟମାନଙ୍କ ଠାରେ ମାଇଲଡ଼ ସିମ୍‌ଟମ୍‌ ରହିଛି। ସେମାନଙ୍କ ମଧ୍ୟରୁ ଲୋକାଲ ମଧ୍ୟ ରହିଛନ୍ତି। କମ୍ୟୁନିଟିରେ ଭାଇରସ ଅଛି । ଗୋଷ୍ଠୀରେ ଓମିକ୍ରନ ରହିଛି, ତାକୁ ଚିହ୍ନଟ କରାଯାଉଛି। ସେହିଭଳି କୋଭିଡ ନିୟମ କୁ ଠିକ ଭାବରେ ମାନିବI ସହିତ ଗହଳି ଏଡ଼ାଇବା ପାଇଁ ପରାମର୍ଶ ଦେଇଛନ୍ତି ।ନହେଲେ ଆକ୍ରାନ୍ତଂକ ସଂଖ୍ୟା ବଢିପାରେ ବୋଲି କହିଛନ୍ତି । ଏହା ସହିତ ଜିଲ୍ଲାପାଳମାନେ ଗାଇଡଲାଇନ ଅନୁସାରେ କଟକଣା କରିବେ। ସମସ୍ତେ ସଚେତନ ହେବା ଦରକାର ବୋଲି କହିଛନ୍ତି ।

Comments (0)
Add Comment