ଓଡ଼ିଶାରେ ଓମିକ୍ରନ : ବଢ଼ିଲା ଚିନ୍ତା

ଓଡ଼ିଶାରେ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ I ଜିନୋମ୍‌ ସିକ୍ୱେନ୍ସିଂରୁ ଏହି ଦୁଇ ବିଦେଶ ଫେରନ୍ତା ଙ୍କ ଠାରେ ଏହି ଭୁତାଣୁ ଚିହ୍ନଟ ହୋଇଛି I ଦୁଇ ବିଦେଶୀଙ୍କ ମଧ୍ୟରୁ ଜଣେ ନାଇଜେରିଆରୁ ନିକଟରେ ଫେରିଥିବାବେଳେ ଅନ୍ୟ ଜଣେ କାତାର ରୁ ଫେରିଥିଲେ ଇ ବର୍ତ୍ତମାନ ଏହି ଦୁଇ ଜଣ ଓମିକ୍ରନ୍ ସଂକ୍ରମିତ ହୋଇ କଟକ ର ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସିତ ହେଉଛନ୍ତି Iଦୁଇ ଆକ୍ରାନ୍ତଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ମିଳିପାରି ନାହିଁ। ତେବେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିିର ଥିବା ଜଣାପଡିଛି। ବିଦେଶ ଫେରନ୍ତା ସାତ ଜଣଙ୍କ ମଧ୍ୟରୁ ଚାରିଜଣ ନେଗେଟିଭ ଅଛନ୍ତି ଏବଂ ତିନି ଜଣଙ୍କ ଜିନୋମ ସିକ୍ୟୁଏନ୍ସିଂ ପାଇଁ ପଠାଯାଇଥିଲା। ଏହି ତିନିଜଣଙ୍କ ଭିତରୁ ୨ ଜଣ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

Comments (0)
Add Comment