ଓମିକ୍ରନ୍ : ସଂକ୍ରମିତ ଙ୍କ ସଂଖ୍ୟା ୭୮୨ କୁ ବୃଦ୍ଧି ,ଦିଲ୍ଲୀ ରେ ସର୍ବାଧିକ

ଭାରତରେ କରୋନା ଭାଇରସ୍ ର ନୂଆ ପ୍ରଜାତି ଓମିକ୍ରନ ସଂକ୍ରମଣ କ୍ରମାଗତ ଭାବରେ ବୃଦ୍ଧି ପାଇବାରେ ଲାଗିଛି I ବର୍ତ୍ତମାନ ପର୍ଯ୍ୟନ୍ତ ସାରା ଦେଶରେ ଓମିକ୍ରନ୍ ଭାରିଆଣ୍ଟରେ ସଂକ୍ରମିତ ଙ୍କ ସଂଖ୍ୟା ୭୮୨ ରେ ପହଂଚିଛି । ଏଥି ସହିତ, ଗତ ୨୪ ଘଣ୍ଟା ମଧ୍ୟରେ ସମଗ୍ର ଦେଶରେ ୯୧୯୫ ଟି କରୋନା ସଂକ୍ରମିତ ରିପୋର୍ଟ ହୋଇଥିବା ବେଳେ ଦେଶରେ ସକ୍ରିୟ ମାମଲା ୭୭୦୦୨ ରହିଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ସାରା ଦେଶରେ ଓମିକ୍ରନ୍ ଭାରିଆଣ୍ଟର ୭୮୨ ଟି ମାମଲା ରୁଜୁ ହୋଇଛି। ରାଜଧାନୀ ଦିଲ୍ଲୀରେ ଓମିକ୍ରନ୍‌ ଆକ୍ରନ୍ତ ଙ୍କ ସର୍ବାଧିକ ରହିଛି ଏଥି ସହିତ ସକ୍ରିୟ କେଶ ୨୩୮ କୁ ବୃଦ୍ଧି ପାଇଛି I ତେବେ ସଂକ୍ରମିତ ଙ୍କ ମଧ୍ୟରୁ ୫୭ ଜଣ ଆରୋଗ୍ୟ ଲାଭ କରିଛନ୍ତି ।
ସେହିଭଳି ଦିଲ୍ଲୀ ପରେ ମହାରାଷ୍ଟ୍ର ରେ ସଂକ୍ରମିତ ଙ୍କ ସଂଖ୍ୟା ସର୍ବାଧିକ ରହିଛି ,ସେଠାରେ ଏପର୍ଯ୍ୟନ୍ତ ୧୬୭ ଟି ମାମଲା ରୁଜୁ ହୋଇଛି I ଏବଂ ମହାରାଷ୍ଟ୍ରରେ ଏପର୍ଯ୍ୟନ୍ତ ୭୨ ଜଣ ଲୋକ ଆରୋଗ୍ୟ ହୋଇଛନ୍ତି। ଏହା ବ୍ୟତୀତ ଗୁଜୁରାଟରେ ୭୩ , କେରଳରେ ୬୫ , ତେଲେଙ୍ଗାନାରେ ୬୨ ଏବଂ ରାଜସ୍ଥାନରେ ୪୬ ଟି ଓମିକ୍ରନ୍ ମାମଲା ପଞ୍ଜିକୃତ ହୋଇଛି ଏବଂ ଓଡିଶାରୁ ୮ ଟି କେଶ ପଂଜିକୃତ ହୋଇଛି I

ଭାରତ ଏପର୍ଯ୍ୟନ୍ତ ୨୧ ଟି ରାଜ୍ୟ ଏବଂକେନ୍ଦ୍ର ଶାସିତ ଅଞ୍ଚଳରେ ଓମିକ୍ରନ୍ ଭାରିଆଣ୍ଟର ୭୮୨ ଟି ମାମଲା ଚିହ୍ନଟ ହୋଇଛି , ସେଥିମଧ୍ୟରୁ ୨୪୧ ଜଣ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ଦେଶର ଦିଲ୍ଲୀ ଏବଂ ମହାରାଷ୍ଟ୍ର ବ୍ୟତୀତ ଗୁଜୁରାଟ (୭୩ ), କେରଳ (୬୫ ), ତେଲେଙ୍ଗାନା (୬୨ ), ରାଜସ୍ଥାନ (୪୬ ), କର୍ଣ୍ଣାଟକ (୩୪), ତାମିଲନାଡୁ (୩୪), ହରିୟାଣା (୧୨)। ପଶ୍ଚିମବଙ୍ଗ (୧୧) ମଧ୍ୟପ୍ରଦେଶ (୯ ), ଓଡିଶା (୮ ), ଆନ୍ଧ୍ରପ୍ରଦେଶ (୬ ), ଉତ୍ତରପ୍ରଦେଶ (୪ ), ଚଣ୍ଡିଗଡ଼ (୩ ), ଜାମ୍ମୁ କାଶ୍ମୀର (୩ ), ଉତ୍ତରପ୍ରଦେଶ (୨ ), ଗୋଆ (୧ ), ହିମାଚଳ ପ୍ରଦେଶ ଲଦାଖ (୧) ଏବଂ ମଣିପୁର ( ୧ ) ସଂକ୍ରମିତ ମାମଲା ରୁଜୁ ହୋଇଛି।

Comments (0)
Add Comment