ଆଜିଠାରୁ ରାଜ୍ୟରେ ଓମିକ୍ରନ ଭୁତାଣୁ ଚିହ୍ନଟ କରୁଥିବା କୀଟ ଓମିସିଓର ପହଂଚିଛି । ମେଡିକାଲ ଆଣ୍ଡ ଡାଇଗ୍ନୋସ୍ଟିକ ଲିମିଟେଡ଼ ଦ୍ୱାରା ପ୍ରସ୍ତୁତ କୀଟ ର ଏହା ହେଉଛି ପ୍ରଥମ ଅର୍ଡର I ପ୍ରଥମ ପର୍ଯ୍ୟାୟରେ ରାଜ୍ୟକୁ କିଛି ପରିମାଣରେ କିଟ୍ ଆସିବା ପରେ ଆଉ ପୂର୍ବ ପରି ଆଉ ଜିନୋମ୍ ସିକ୍ୱେନ୍ସିଂର ଆବଶ୍ୟକତା ପଡ଼ିବ ନାହିଁ । ଟାଟା ଏମଡିଠାରୁ ୫ ଲକ୍ଷ କିଟ୍ ଅର୍ଡର କରାଯାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ ଯେ, ଓମିସିଓର ହେଉଛି ଭାରତରେ ପ୍ରସ୍ତୁତ ହୋଇଥିବା ପ୍ରଥମ ଓମିକ୍ରନ ଚିହ୍ନଟ କିଟ୍ । ତେବେ ରାଜ୍ୟକୁ ଓମିସିଓର ଆସିବା ପରେ ଜଣେ ବ୍ୟକ୍ତି ଓମିକ୍ରନରେ ସଂକ୍ରମିତ ହୋଇଛି କି ନାହିଁ ତାହା ଜାଣିବା ପାଇଁ ଆଉ ଜିନୋମ ସିକ୍ୱେନ୍ସିଂ କରିବାକୁ ପଡ଼ିବନି । ତେବେ କିଛି ଦିନ ପୂର୍ବରୁ ଓମିକ୍ରନ ଆକ୍ରାନ୍ତଙ୍କ ନମୂନା ପରୀକ୍ଷଣ ପାଇଁ ଟାଟା ପ୍ରସ୍ତୁତ କରିଥିବା ଏହି ଟେଷ୍ଟିଙ୍ଗ କୀଟ ଓମିସିଓର କୁ ମଞ୍ଜୁରୀ ପ୍ରଦାନ କରିଥିଲା ଆଇସିଏମଆର I ସେହି ଅନୁସାରେ ରାଜ୍ୟ ଔଷଧ ନିଗମ (ଓସିଏମସିଏଲ) ପକ୍ଷରୁ ଏହି କିଟ୍ ପାଇଁ ଟାଟା ଏମଡିକୁ ଅର୍ଡର ଦିଆଯାଇଥିଲା ।