ପୁଣି ବଢ଼ିଲା ଓମ୍‌ଫେଡ୍ କ୍ଷୀର ଦର

ଭୁବନେଶ୍ବର: ଉତ୍ସବ ସମୟରେ ଖାଉଟିଙ୍କୁ ବଡ଼ ଝଟ୍‌କା। ରାଜ୍ୟରେ ପୁଣି ଥରେ ଓମ୍‌ଫେଡ୍ କ୍ଷୀର ମୂଲ୍ୟ ବୃଦ୍ଧି ପାଇଛି। ଓମ୍‌ଫେଡ୍ ପକ୍ଷରୁ କ୍ଷୀର ଲିଟର ପିଛା ୨ ଟଙ୍କା ବୃଦ୍ଧି କରାଯାଇଛି। ଏହି ବର୍ଦ୍ଧିତ ଦର ଆସନ୍ତା ଅକ୍ଟୋବର ୪ ତାରିଖରୁ ସମଗ୍ର ରାଜ୍ୟରେ ବିଧିବଦ୍ଧ ଭାବେ ଲାଗୁ ହେବ। ଗତ ୫ ମାସ ମଧ୍ୟରେ ଓମ୍‌ଫେଡ୍ କ୍ଷୀର ମୂଲ୍ୟ ଦୁଇ ଦୁଇ ଥର ବୃଦ୍ଧି ପାଇବା ଫଳରେ ସାଧାରଣ ନାଗରିକଙ୍କ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଖର୍ଚ୍ଚ ଆହୁରି ବଢ଼ିଯାଇଛି।  ପୂର୍ବରୁ ପ୍ରିମିୟମ୍ କ୍ଷୀର ଲିଟର ପିଛା ୫୬.୬୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ବର୍ତ୍ତମାନ ତାହା ୬୦ ଟଙ୍କାରେ ପହଞ୍ଚିଛି। ଏହାର ୫୦୦ ମିଲିଲିଟର ପ୍ୟାକେଟ୍ ପାଇଁ ଖାଉଟିଙ୍କୁ ୨୯ ଟଙ୍କା ଦେବାକୁ ପଡ଼ିବ। ଓମ୍‌ଫେଡ୍ ଗୋଲ୍ଡ କ୍ଷୀରର ଲିଟର ପିଛା ମୂଲ୍ୟ ୬୨ ଟଙ୍କାକୁ ବୃଦ୍ଧି ପାଇଛି। ଗୋଲ୍ଡ ପ୍ଲସ୍ କ୍ଷୀରର ନୂଆ ମୂଲ୍ୟ ଲିଟର ପିଛା ୬୬ ଟଙ୍କା ହୋଇଛି। ସେହିପରି ଟୋନ୍‌ଡ କ୍ଷୀର ମୂଲ୍ୟ ବୃଦ୍ଧି ପାଇ ଲିଟର ପିଛା ୫୮ ଟଙ୍କାରେ ପହଞ୍ଚିଛି। ପ୍ରାୟ ପ୍ରତ୍ୟେକ ପରିବାରରେ କ୍ଷୀରର ଆବଶ୍ୟକତା ରହୁଥିବା ବେଳେ କ୍ରମାଗତ ଭାବେ ଦର ବୃଦ୍ଧି ପାଉଥିବାରୁ ମଧ୍ୟବିତ୍ତ ଓ ସାଧାରଣ ଲୋକଙ୍କ ଆର୍ଥିକ ବୋଝ ଆହୁରି ବଢ଼ିଯାଇଛି।