ନାମାଙ୍କନ ଦାଖଲ କଲେ ଓମ୍ ବିର୍ଲା

ନୂଆଦିଲ୍ଲୀ : ପୁଣି ଲୋକସଭା ବାଚସ୍ପତି ହୋଇପାରନ୍ତି ଓମ୍ ବିର୍ଲା। ମଙ୍ଗଳବାର ବାଚସ୍ପତି ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଓମ୍ ବିର୍ଲା। ଏନଡିଏ ପକ୍ଷରୁ ବାଚସ୍ପତି ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଇଣ୍ଡି ମେଣ୍ଟ ପକ୍ଷରୁ କେ. ସୁରେଶ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଆସନ୍ତାକାଲି ଲୋକସଭା ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ। ଲୋକସଭା ବାଚସ୍ପତିଙ୍କ ନାମରେ ଏକ ସହମତି ସୃଷ୍ଟି କରିବାକୁ ଶାସକ ଏନଡିଏ ଉଦ୍ୟମର ଏକ ଅଂଶ ଭାବରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବିରୋଧୀ ଦଳ ସହ ଯୋଗାଯୋଗ କରିଥିଲେ। ଏହି ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ, ରାଜନାଥ ସିଂ ଡାକିଛନ୍ତି ଏବଂ ସମର୍ଥନ ସମ୍ପର୍କରେ ଆମେ ସର୍ତ୍ତ ରଖିଛୁ।