ବାହାରିନ ରେ ଓଡିଶା ନବବର୍ଷ ଉପଲକ୍ଷେ ‘ତ୍ରିଧାରା’ ପକ୍ଷରୁ ଓଡିଶୀ ନୃତ୍ୟ ପରିବେଷଣ

ବିଦେଶ ମାଟି ବାହାରିନ୍ ରେ ଓଡ଼ିଆ ସମାଜ ତରଫରୁ ଗତକାଲି ପାଳନ ହୋଇଯାଇଛି ଓଡିଆ ନବବର୍ଷ । କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଓଡିଶା

ବାହାରେ ବିଦେଶ ମାଟିରେ ଓଡ଼ିଶାର କଳା, ସଂସ୍କୃତି ଏବଂ ହସ୍ତଶିଳ୍ପକୁ ପ୍ରଚାର ପ୍ରସାର କରିବା। ଏହି କାର୍ଯ୍ୟକ୍ରମ ଉପଲକ୍ଷେ ଓଡିଶାରୁ ଡଃ . ଗୁରୁ ଗଜେନ୍ଦ୍ର ପଣ୍ଡା ଙ୍କ ଦ୍ୱାରା ପ୍ରତିଷ୍ଠିତ ‘ତ୍ରିଧାରା’ ଓଡିଶୀ ନୃତ୍ୟାନୁଷ୍ଠାନ ର ବରିଷ୍ଠ ନୃତ୍ୟଶିଳ୍ପୀ ଏବଂ ଗୁରୁଜୀ ବାହାରିନ ଓଡ଼ିଆ ସମାଜ ତରଫରୁ ନିମନ୍ତ୍ରିତ ହୋଇଥିଲେ I

ଗତକାଲି ଜାପାନ, କୋରିଆ, ମାଲାୟାସିଆ, ଇଣ୍ଡୋନେସିଆ ଇତ୍ୟାଦି ୭ ଟି ଦେଶର ରାଷ୍ଟ୍ରଦୂତଙ୍କ ସାମ୍ନାରେ ‘ତ୍ରିଧାରା’ ଓଡିଶୀ ନୃତ୍ୟାନୁଷ୍ଠାନ ର ନୃତ୍ୟଶିଳ୍ପୀ ମାନେ ସେମାନଙ୍କର ଉତ୍କୃଷ୍ଟ ନୃତ୍ୟ ପ୍ରଦର୍ଶନ କରିଥିଲେ I
ନୃତ୍ୟଶିଳ୍ପୀ ମାନଙ୍କର ନିଖୁଣ ଅଭିନୟ ପ୍ରଦର୍ଶନକୁ ଉଚ୍ଚ ମାନର ପ୍ରଶଂସା କରାଯାଇଥିଲା ଏବଂ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ଦର୍ଶକଙ୍କ ଦ୍ୱାରା ପୁରା ନୃତ୍ୟ ଉପଭୋଗ କରାଯାଇଥିଲା I

ନୃତ୍ୟମାନଙ୍କ ମଧ୍ୟରେ ଥିଲା, ଗଣନାୟକ ପଞ୍ଚକ ଯାହା ପ୍ରଭୁ ଗଣେଶଙ୍କ ପାଇଁ ଉତ୍ସର୍ଗୀକୃତ I ମହାଲକ୍ଷ୍ମୀ ଅଷ୍ଟକମ୍ ଇ ଏହି ମହାଲକ୍ଷ୍ମୀ ଅଷ୍ଟକାମ ପଦ୍ମ ପୁରାଣରୁ ନିଆଯାଇଛି ଏବଂ ଏଥିରେ ଥିବା ପ୍ରାର୍ଥନା ମହାପ୍ରଭୁଙ୍କୁ ପ୍ରଶଂସା କରି ଭଗବାନ ଇନ୍ଦ୍ରଙ୍କ ଦ୍ୱାରା ଜପ କରାଯାଇଥିଲା I ଏହି ନୃତ୍ୟରେ ଦେବୀଙ୍କ ସାଜସଜ୍ଜା, ରୀତିନୀତି, ଅଳଙ୍କାର ଏବଂ ତାଙ୍କ ‘ଶୁକ୍ଲାଭ୍ରା’ ଠାରୁ ଆରମ୍ଭ କରି ଓଡିଶାର ପାରମ୍ପାରିକ ଲକ୍ଷ୍ମୀ ପୂଜା ପରମ୍ପରାର ସମସ୍ତ ବିବରଣୀ ଦର୍ଶାଯାଇଛି I କଳାସୁର ହତ୍ୟା ଏବଂ ମହାଲକ୍ଷ୍ମୀ ଙ୍କୁ ଦର୍ଶନ କରିବା ଘଟଣା ଏଥିରେ ନୃତ୍ୟ ମାଧ୍ୟମରେ ବର୍ଣ୍ଣନା କରାଯାଇଛି I ତ୍ରିଗୁଣI ସ୍ତୁତି ବିଷ୍ଣୁ ସ୍ତୁତି ଏହି ନୃତ୍ୟର ମୁଖ୍ୟ ଆକର୍ଷଣ ଥିଲା I

ଏହି ନୃତ୍ୟ ଶୈଳୀ ରେ ଗୁରୁ ଡଃ. ଗଜେନ୍ଦ୍ର କୁମାର ପଣ୍ଡାଙ୍କ ଦ୍ୱାରା କୋରିଓଗ୍ରାଫ୍ ସହିତ ଗୁରୁ ଗୋପାଳ ଚନ୍ଦ୍ର ପଣ୍ଡାଙ୍କ ସଂଗୀତ ରଚନା ଏବଂ ସଚ୍ଚିଦାନନ୍ଦ ଦାସଙ୍କ ଗୀତ ସଂଯୋଜନା କରାଯାଇଥିଲା । ନୃତ୍ୟାଭିନୟ କରିଥିଲେ ଓଡିଶା ର ‘ତ୍ରିଧାରା’ ଓଡ଼ିଶୀନୃତ୍ୟ ଅନୁଷ୍ଠାନ ର ଗୁରୁ ଡଃ .ଗଜେନ୍ଦ୍ର ପଣ୍ଡା,ଓ ୪ ଜଣ ବରିଷ୍ଠ ନୃତ୍ୟଶିଳ୍ପୀ ସୁଶ୍ରୀ ଦୀପିକା ପ୍ରିୟଦର୍ଶିନୀ ,ସୁଶ୍ରୀ ତେଜସ୍ୱିନୀ,ପ୍ରଭୂତୋଷ ପଣ୍ଡା ,ସୁଶ୍ରୀ ଆଞ୍ଚଲ ପାଣ୍ଡେ I

ଏବଂ ଶେଷ ରେ ଓଡିଆ ଅଭିନୟ ‘ମାନ ଉଦ୍ଧାରଣ କର ହେ ତାରଣ’ ପ୍ରସ୍ତୁତ କରିଥିଲେ I ଏହା ଏକ ଓଡ଼ିଆ ଅଭିନୟ ଯେଉଁଠି ଭଗବାନ ଭକ୍ତ ଙ୍କୁ ସବୁ ପ୍ରକାର ର କଷ୍ଟ ଓ ଦୁଃଖ ରୁ ଉଦ୍ଧାର କରିବାର ବର୍ଣ୍ଣନା କରାଯାଇଛି I ଲକ୍ଷେ ଯୋଜନ ରୁ ଗଜ ଉଦ୍ଧାରଣ, ମାର୍କଣ୍ଡ ରୁଷି ଭାସି ଯାଉ ଥିବା ବେଳେ ଉଧାର କରିଥିଲେ ,ଏହା ସହିତ ଦ୍ରୌପଦୀ ଙ୍କୁ କୋଟି ବସ୍ତ୍ର ଦେଇ ଦେଇ ଲଜ୍ୟା ନିବାରଣ କରିବାର ବର୍ଣ୍ଣନା ରହିଛି I