ଓଡ଼ିଶାର ସବୁଠାରୁ ଦୀର୍ଘତମ ‘T’ ସେତୁ ଉଦ୍‌ଘାଟିତ

କଟକ ଜିଲ୍ଲା ବଡ଼ମ୍ବାର ଗୋପୀନାଥପୁର ଠାରେ ମହାନଦୀ ଉପରେ ରାଜ୍ୟର ସବୁଠାରୁ ଦୀର୍ଘତମ ‘ତ’ସେତୁକୁ ଆଜି ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୩.୪ କିଲୋମିଟର ଦୀର୍ଘ ଏହି ସେତୁର ଆକାର ଇଂରାଜୀ T ଅକ୍ଷର ସଦୃଶ। ଏହା ରାଜ୍ୟର ପ୍ରଥମ T ଆକାରର ସେତୁ। ଏଥିପାଇଁ ୧୧୧ କୋଟି ଟଙ୍କା ବ୍ୟୟ କରାଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନୟକ ୨୦୧୪ ମସିହାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ୩.୪ କିଲୋମିଟର ଏହି ସେତୁ କଟକ ଜିଲ୍ଲା ବଡମ୍ବା ,ନରସିଂହପୁର ,ବାଂକୀ, ଓ ଖୋର୍ଧା କୁ ଗମନାଗମନ ର ପଥ ସୁଗମ କରିବ I ଏହି ସେତୁ ପାଇଁ ୧୧୧ କୋଟି ଟଙ୍କା ବିନିଯୋଗ ହୋଇଛି I
ଏହି ସେତୁ ଯୋଗୁ ବଡ଼ମ୍ବାରୁ ବାଙ୍କୀ ବୈଦେଶ୍ୱରର ଦୂରତ୍ୱ ୪୫ କିଲୋମିଟର ହ୍ରାସ ପାଇବ। ଏହା ଦ୍ୱାରା ନିକଟସ୍ଥ ଅଞ୍ଚଳର ୫ ଲକ୍ଷରୁ ଅଧିକ ଲୋକଙ୍କ ଗମନାଗମନରେ ସୁବିଧା ହେବ ଏବଂ ଏହି ଅଞ୍ଚଳରେ କୃଷି, ବାଣିଜ୍ୟ ଓ ପର୍ଯ୍ୟଟନର ବିକାଶ ହେବ। ସୂଚନା ଯୋଗ୍ୟ ଯେ ପ୍ରତି ବର୍ଷ ବଡମ୍ବା ବ୍ଲକ ଗୋପୀନାଥ ପୁର ରେ ବାବା ସିଂହନାଥ ଙ୍କ ପ୍ରସିଦ୍ଧ ବାଲି ମକର ଯାତ୍ରା ପାଇଁ ମହା ନଦୀ ରେ ୩ କିଲୋମିଟର ପର୍ଯ୍ୟନ୍ତ ମାଟି ରାସ୍ତା ନିର୍ମାଣ ହେଉଥିଲା ଇ ଏଥି ପାଇଁ ୧୪ ରୁ ୧୫ ଲକ୍ଷ ଟଙ୍କା ବାର୍ଷିକ ଖର୍ଚ୍ଚ ହେଉଥିଲା I ତେବେ ବର୍ଷ ଦିନରେ ମାଟି ରାସ୍ତାଟି ଭାସି ଯାଉଥିବାରୁ ସ୍ଥାନୀୟ ଲୋକେ ନାହିଁ ନ ଥିବା ଦୁର୍ଦଶା ର ସମ୍ମୁଖୀନ ହେଉଥିଲେ I ତେଣୁ ସ୍ଥାୟୀ ପୋଲ ପାଇଁ ବହୁତ ଦିନରୁ ଜଣ ସାଧାରଣଙ୍କ ଦାବି ହେଉଥିଲା I
ଆଜି ଉଦ୍‌ଘାଟନ କାର୍ଯ୍ୟକ୍ରମରେ ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ବଡ଼ମ୍ବା ବିଧାୟକ ଦେବୀପ୍ରସାଦ ମିଶ୍ର ଓ ବାଙ୍କୀ ବିଧାୟକ ଦେବୀ ପ୍ରସନ୍ନ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।

Comments (0)
Add Comment