ନୂଆଦିଲ୍ଲୀ: ଆରମ୍ଭ ହୋଇଛି ପ୍ରଧାନମନ୍ତ୍ରୀ ସ୍ମାରକୀ ଇ-ନିଲାମ- ୨୦୨୫। ଏଥିରେ ଓଡ଼ିଶା, ଝାଡ଼ଖଣ୍ଡ ଏବଂ ଛତିଶଗଡ଼ ସମେତ ଅନ୍ୟାନ୍ୟ ରାଜ୍ୟରୁ ଆସିଥିବା ବିରଳ ଏବଂ ସୁନ୍ଦର କଳାକୃତୀ ନିଲାମ ନିମନ୍ତେ ପ୍ରଦର୍ଶିତ ହେଉଛି। ଯେ କୌଣସି ସାଧାରଣ ନାଗରିକ ଏହି ସ୍ମାରକୀ ଉତ୍ପାଦଗୁଡ଼ିକୁ କିଣିବା ପାଇଁ pmmementos.gov.in ନିଲାମ ଡାକି ପାରିବେ। ୨ ଅକ୍ଟୋବର ୨୦୨୫ ପର୍ଯ୍ୟନ୍ତ ଏହି ସୁବିଧା ଉପଲବ୍ଧ ରହିବ। ପ୍ରତ୍ୟେକ ବିଜୟୀ ନିଲାମରୁ ମିଳିବାକୁ ଥିବା ଅର୍ଥରାଶିକୁ ‘ନମାମି ଗଙ୍ଗେ’ ପ୍ରକଳ୍ପରେ ବ୍ୟୟ କରାଯିବ। ଏହି ପ୍ରକଳ୍ପ ଗଙ୍ଗା ନଦୀକୁ ପୁନର୍ଜୀବିତ ଏବଂ ସୁରକ୍ଷା କରିବା ପାଇଁ ଏକ ଜାତୀୟ ପଦକ୍ଷେପ।
ଝାଡ଼ଖଣ୍ଡ: ଆଦିବାସୀ ଐତିହ୍ୟ ଏବଂ ସ୍ଥିରତା
ଝାଡ଼ଖଣ୍ଡର ୨୭ଟି ସଂଗୃହୀତ ସ୍ମାରକୀ ଏଥିରେ ସାମିଲ ରହିଛି। ଏଗୁଡ଼ିକ ରାଜ୍ୟର ଆଦିବାସୀ ସଂସ୍କୃତି, ଆଧ୍ୟାତ୍ମିକ ପରମ୍ପରା ଏବଂ ଆଞ୍ଚଳିକ ଗୌରବକୁ ପ୍ରଦର୍ଶିତ କରିଥାଏ।
ବିର୍ସା ମୁଣ୍ଡାଙ୍କ ଏକ ଆକର୍ଷଣୀୟ ସ୍ମାରକୀ ମହାନ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀଙ୍କୁ ସମ୍ମାନିତ କରେ, ବିସ୍ତୃତ ଉପସ୍ଥାପନା ଏବଂ ପ୍ରତୀକାତ୍ମକ ଭାବନା ମାଧ୍ୟମରେ ଏହା ସ୍ଥିରତା ଏବଂ ନେତୃତ୍ୱକୁ ଚିତ୍ରଣ କରେ।
https://googleads.g.doubleclick.net/pagead/ads?gdpr=0&us_privacy=1—&gpp_sid=-1&client=ca-pub-7697337011736316&output=html&h=280&adk=3853347540&adf=2663122236&pi=t.aa~a.1381849204~i.7~rp.4&w=726&fwrn=4&fwrnh=100&lmt=1758766497&num_ads=1&rafmt=1&armr=3&sem=mc&pwprc=9402621311&ad_type=text_image&format=726×280&url=https%3A%2F%2Fthesamikhsya.com%2Fodia%2Fnational%2F248198%2F&host=ca-host-pub-2644536267352236&fwr=0&pra=3&rh=182&rw=726&rpe=1&resp_fmts=3&wgl=1&fa=27&uach=WyJXaW5kb3dzIiwiMC4xLjAiLCJ4ODYiLCIiLCIxMDkuMC41NDE0LjEyMCIsbnVsbCwwLG51bGwsIjY0IixbWyJOb3RfQSBCcmFuZCIsIjk5LjAuMC4wIl0sWyJHb29nbGUgQ2hyb21lIiwiMTA5LjAuNTQxNC4xMjAiXSxbIkNocm9taXVtIiwiMTA5LjAuNTQxNC4xMjAiXV0sMF0.&abgtt=6&dt=1758770096777&bpp=2&bdt=1839&idt=-M&shv=r20250922&mjsv=m202509240101&ptt=9&saldr=aa&abxe=1&cookie=ID%3D05ede717608432e8%3AT%3D1752566932%3ART%3D1758770102%3AS%3DALNI_MaKYscXjgYzBz-1C5XNQh1mej6y8w&gpic=UID%3D00001162174c7a0b%3AT%3D1752566932%3ART%3D1758770102%3AS%3DALNI_MZI6IdKW63xoIWGrTwN73LVDq7wMQ&eo_id_str=ID%3Dfd891625893bfb68%3AT%3D1752837608%3ART%3D1758770102%3AS%3DAA-Afjazofdj67MReg6N-GEuhVMk&prev_fmts=0x0%2C356x280%2C1200x280&nras=3&correlator=6891806516963&frm=20&pv=1&u_tz=-240&u_his=3&u_h=768&u_w=1366&u_ah=706&u_aw=1366&u_cd=24&u_sd=0.9&dmc=8&adx=180&ady=1794&biw=1498&bih=705&scr_x=0&scr_y=556&eid=31094805%2C31094877&oid=2&pvsid=5894112920534820&tmod=918767896&uas=0&nvt=1&ref=https%3A%2F%2Fthesamikhsya.com%2Fodia%2F&fc=1408&brdim=0%2C22%2C0%2C22%2C1366%2C22%2C1366%2C706%2C1517%2C705&vis=1&rsz=%7C%7Cs%7C&abl=NS&fu=128&bc=31&bz=0.9&psd=W251bGwsbnVsbCxudWxsLDNd&pgls=CAEQBBoHMS4xNTkuMA..~CAEQBRoGMy4zMS4y&ifi=6&uci=a!6&btvi=2&fsb=1&dtd=326
ମେଦିନୀ ନଗରର ନାଗରିକ କର୍ତ୍ତୃପକ୍ଷଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା, ଆଳଙ୍କରିକ ପଦ୍ମ ପାଖୁଡ଼ାରେ ଠିଆ ହୋଇ ରହିଥିବା ସ୍ୱର୍ଣ୍ଣିମ ରଙ୍ଗର ପ୍ରଭୁ ଶ୍ରୀରାମଙ୍କ ଆକର୍ଷଣୀୟ ପ୍ରତିମୂର୍ତ୍ତି ପାରମ୍ପରିକ ଭକ୍ତି କଳାକୁ ପ୍ରତିଫଳିତ କରେ।
ଗାଢ଼ ଲାଲ ଏବଂ ଧଳା ପଟିରେ ବୁଣାଯାଇଥିବା ବିରୁ ପଗଡ଼ି ଆଦିବାସୀ ସମ୍ପ୍ରଦାୟରେ ଏକତା ଏବଂ ଶକ୍ତିର ପ୍ରତୀକ।
ଲାଲ କାରୁକାର୍ଯ୍ୟ ଏବଂ ମେଳ ଖଚିତ ବଟନ୍ ସହିତ ସଜ୍ଜିତ ସାନ୍ତାଳ ଜ୍ୟାକେଟ୍, ଭାରତର ସର୍ବପୁରାତନ ସାନ୍ତାଳ ଜନଜାତିର ଚିରନ୍ତନ ସୌନ୍ଦର୍ଯ୍ୟ ଏବଂ ପରିଚୟକୁ ପ୍ରତିନିଧିତ୍ୱ କରେ।
ଓଡ଼ିଶା: ବୟନ ଏବଂ ଲୋକକଳା ପରମ୍ପରା
ନିଲାମରେ ଓଡ଼ିଶାର ୨୧ଟି କଳାକୃତି ସାମିଲ ହୋଇଛି, ଯାହା ଏହାର ପ୍ରସିଦ୍ଧ ହସ୍ତତନ୍ତ ଏବଂ ପୌରାଣିକ କାହାଣୀକୁ ବର୍ଣ୍ଣନା କରେ।
ପ୍ରଭୁ ଶ୍ରୀରାଧା-କୃଷ୍ଣ ଏବଂ ଭଗବାନ ଶ୍ରୀ ଗଣେଶଙ୍କ କାହାଣୀକୁ ବର୍ଣ୍ଣନା କରୁଥିବା ଅନନ୍ୟ ପଟ୍ଟଚିତ୍ର କଳାକୃତି ଏହି ନିଲାମରେ ରହିଛି। ଶତାବ୍ଦୀ ପୁରୁଣା ଚିତ୍ର ଶୈଳୀକୁ ଆଧାର କରି ଏହା ତାଳପତ୍ର କିମ୍ବା ପାରମ୍ପରିକ ପଟି ବା ମାଧ୍ୟମ ଉପରେ ପ୍ରାକୃତିକ ରଙ୍ଗ ଦ୍ୱାରା ଏହା ଅଙ୍କିତ।
ରୂପା ତାରକସି ମୟୂର ସ୍ମାରକୀ, ଯାହା ଓଡ଼ିଶାର ଉତ୍କୃଷ୍ଟ ତାରକସି କାରିଗରୀକୁ ପ୍ରତିପାଦିତ କରିବା ସହିତ ଜାତୀୟ ପକ୍ଷୀର ଅପରୂପ ସୌନ୍ଦର୍ଯ୍ୟକୁ କଳା କାରିଗରିରେ ପ୍ରସ୍ଫୁଟିତ କରିଥାଏ।
ନବଗୁଞ୍ଜର ଟସାର ସିଲ୍କ ଚିତ୍ରକଳା ପ୍ରଭୁ ଶ୍ରୀକୃଷ୍ଣଙ୍କ ପୌରାଣିକ ନଅ-ତତ୍ୱ ରୂପକୁ ବର୍ଣ୍ଣନା କରେ, ପ୍ରକୃତି, ପୁରାଣ ଏବଂ ବୟନ କୌଶଳର ମିଶ୍ରଣକୁ ଏହି ଚିତ୍ର ପ୍ରକାଶ କରିଥାଏ ।
ଛତିଶଗଡ଼: ପ୍ରାଚୀନ ହସ୍ତଶିଳ୍ପ ଏବଂ ସମ୍ପ୍ରଦାୟ ଆତ୍ମା
ଛତିଶଗଡ଼ର ୧୬ଟି ଜିନିଷ ଗଭୀର ଆଦିବାସୀ ପରମ୍ପରା ଏବଂ ଆଧ୍ୟାତ୍ମିକ ସ୍ପନ୍ଦନକୁ ପ୍ରତିପାଦିତ କରେ।
ଛତିଶଗଡ଼ର କଳା ପ୍ରଦର୍ଶନୀରେ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଛି ଢୋକ୍ରା କାଷ୍ଟିଂ କାମ। ଏହି ଶ୍ରେଣୀରେ ସାମିଲ ରହିଛି ‘ଢୋକ୍ରା ପ୍ରତିମୂର୍ତ୍ତିରେ ସଙ୍ଗୀତଜ୍ଞଙ୍କ ଉପସ୍ଥାପନା’, ଯାହା ଆଦିବାସୀ ସଙ୍ଗୀତ ଓ ବ୍ରୋଞ୍ଜରେ ଆନନ୍ଦକୁ ପ୍ରତିଫଳିତ କରୁଛି।
ପ୍ରାଣୀ ଏବଂ ପବିତ୍ର ରୂପର ଅପରୂପ ମିଶ୍ରଣ ଦେଖିବାକୁ ମିଳେ ହାତୀ ମୁଣ୍ଡ ନନ୍ଦୀ ଧୋକ୍ରା ପ୍ରତିମୂର୍ତ୍ତିରେ। ଏହା ଶିଳ୍ପୀର ଜ୍ଞାନ ଏବଂ ଭକ୍ତିର ପ୍ରତୀକ, ଅତ୍ୟନ୍ତ ସୂକ୍ଷ୍ମ ଭାବରେ ଏହାକୁ ପ୍ରସ୍ତୁତ କରାଯାଇଛି।
ଆଦିବାସୀ ନୃତ୍ୟଶିଳ୍ପୀଙ୍କ ଏକ ପ୍ରତିମୂର୍ତ୍ତି, ଯାହା ପାରମ୍ପରିକ ନୃତ୍ୟ ବୃତ୍ତର ଶକ୍ତିକୁ ପ୍ରତିଫଳନ କରିଥାଏ ସେହିଭଳି ଏକ କୃତୀ ଏହି ପ୍ରଦର୍ଶନୀରେ ସାମଲ ହୋଇଛି। ବିସ୍ତୃତ ଧାତୁକାର୍ଯ୍ୟ ମାଧ୍ୟମରେ ସମନ୍ୱୟ, ତାଳ ଏବଂ ଐତିହ୍ୟକୁ ଏହା ସାମ୍ନାକୁ ଆଣୁଛି।