ଖୁବ୍‌ଶୀଘ୍ର କରୋନା ବଟିକା ମଗାଇବ ଓଡ଼ିଶା

କରୋନା ବିପକ୍ଷରେ ଲଢେଇ ପାଇଁ ୟୁକେରେ ପ୍ରସ୍ତୁତ ମୋଲନୁପିରାଭିର କ୍ୟାପସୁଲ୍‌ ମଗାଇବ ଓଡ଼ିଶା । ମୋଲନୁିରାଭିର ବଟିକା ୫୦% ମୃତ୍ୟୁ ରୋକୁଛି । ତେବେ ଡ୍ରଗ୍ସ କଣ୍ଟ୍ରୋଲରଙ୍କ ଅନୁମତି ମିଳିଲେ ଏହି କ୍ୟାପସୁଲ ମଗାଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ୟୁରୋପୀୟ ଦେଶମାନଙ୍କରେ ସଂକ୍ରମଣ ଦ୍ରୁତ ଗତିରେ ବଢୁଛି କଟକଣା କୋହଳ ଯୋଗୁଁ ସେଠାରେ ସଂକ୍ରମଣ ବଢୁଛି । ଏହି ସଂକ୍ରମଣ ବଢିବା ଆମ ପାଇଁ ଚିନ୍ତାର କାରଣ । ୨ରୁ ୩ମାସ ଆମକୁ ଆହୁରି ସଚେତନ ରହିବାକୁ ପଡ଼ିବ । କରୋନା କଟକଣା ମାନିବାକୁ ପଡ଼ିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

Comments (0)
Add Comment