ଓଡ଼ିଶା ପୌର ନିର୍ବାଚନ ପ୍ରସ୍ତୁତି: ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ ସମୟସୂଚୀ ଜାରି

ଭୁବନେଶ୍ୱର: ରାଜ୍ୟରେ ଆସନ୍ତାବର୍ଷ ଅନୁଷ୍ଠିତ ହେବାକୁ ଥିବା ପୌରପରିଷଦ, ଏନ୍‌ଏସି ଏବଂ ମହାନଗର ନିଗମ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର ଆରମ୍ଭ ହୋଇଛି। ଏଥିପାଇଁ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପ୍ରକ୍ରିୟା ସମ୍ପନ୍ନ କରିବା ନିମନ୍ତେ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏକ ସଂଶୋଧିତ କାର୍ଯ୍ୟସୂଚୀ ଜାରି କରାଯାଇଛି। ବୌଦ୍ଧ ଜିଲ୍ଲାକୁ ବାଦ ଦେଇ ଅନ୍ୟ ସମସ୍ତ ସମ୍ପୃକ୍ତ ଜିଲ୍ଲାପାଳଙ୍କୁ ଏ ସମ୍ପର୍କରେ ଜଣାଇ ଦିଆଯାଇଛି। ଜିଲ୍ଲାପାଳମାନଙ୍କ ଦ୍ୱାରା ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ସମ୍ବନ୍ଧୀୟ ଖସଡ଼ା ବିଜ୍ଞପ୍ତି ପ୍ରକାଶ ଏବଂ ସାଧାରଣ ଜନତାଙ୍କଠାରୁ ଆପତ୍ତି ଓ ପରାମର୍ଶ ଆହ୍ୱାନ। ୩ ଅକ୍ଟୋବର ୨୦୨୬ ଆପତ୍ତି ଓ ପରାମର୍ଶ ଦାଖଲ କରିବାର ଶେଷ ତାରିଖ। ୭ ଅକ୍ଟୋବର ୨୦୨୬  ଜିଲ୍ଲାପାଳମାନଙ୍କ ଦ୍ୱାରା ପ୍ରାଥମିକ ବିଜ୍ଞପ୍ତି ପ୍ରକାଶ ଏବଂ ୭ ରୁ ୨୧ ଅକ୍ଟୋବର ୨୦୨୬: ପ୍ରାଥମିକ ବିଜ୍ଞପ୍ତି ବିରୋଧରେ ଗୃହ ଓ ନଗର ଉନ୍ନୟନ ବିଭାଗ ନିକଟରେ ଅପିଲ ଦାଖଲ କରିବାର ସମୟସୀମା।