ଓଡିଶାକୁ ନାହିଁ ତ ଆତଙ୍କୀ ଟାର୍ଗେଟ: ସୁରେଶ ପୂଜାରୀ

ଭୁବନେଶ୍ୱର: ଓଡିଶାକୁ ଆତଙ୍କବାଦୀଙ୍କ ଟାର୍ଗେଟ ଆଶଙ୍କା ମଲା ରାଜ୍ୟ ବିଜେପି । ଗୁଡ୍ଡୁ ମୁସଲିମର ବରଗଡ ଆସିବା ନେଇ ସାଂସଦ ସୁରେଶ ପୂଜାରୀ ନିଜ ମନ୍ତବ୍ୟ ରଖିଛନ୍ତି । ୧୨ ତାରିଖ ସମ୍ବଲପୁର ହିଂସାରେ ଦେଶବିରୋଧୀ ସ୍ଲୋଗାନ ଦିଆଗଲା । ସମ୍ବଲପୁରରେ ରାଷ୍ଟ୍ରବିରୋଧୀ ଶକ୍ତି ଉପସ୍ଥିତ ଥିବା ସ୍ପଷ୍ଟ ହୋଇଛି ।

ଏଭଳି ସ୍ଥିତିରେ ଗ୍ୟାଙ୍କଷ୍ଟର ଗୁଡ୍ଡୁ ମୁସଲିମ ପୁରୀ ଓ ବରଗଡ ଆସିଥିବା ଜଣାପଡିଛି । ଗୁଡ୍ଡୁର ପ୍ରମୁଖ ସହଯୋଗୀ ସୋହେଲାର ରାଜା ଖାଁ ନାଁରେ ବହୁ ମାମଲା ମଧ୍ୟ ରହିଥିବା ଜଣାପଡିଛି । ଗୁଡ୍ଡୁ ମୁସଲିମ ଓ ରାଜା ଖାଁ ମଧ୍ୟରେ କଣ ସଂପର୍କ ଏବଂ କିଏ ରାଜାର ପୃଷ୍ଠପୋଷକ, ୧୨ ତାରିଖ ସମ୍ବଲପୁର ହିଂସା ଘଟଣା ସହ ଉଭୟଙ୍କ ସଂପର୍କ କଣ ରହିଛି, ଗୁଡ୍ଡୁ ମୁସଲିମ ପୁରୀ ଆସିଥିଲା, ଶ୍ରୀମନ୍ଦିର ଆତଙ୍କବାଦୀଙ୍କ ଟାର୍ଗେଟରେ ନାହିଁ ତ, ପୁରୀ ଶ୍ରୀମନ୍ଦିର ସୁରକ୍ଷିତ ଥିବା ନେଇ ରାଜ୍ୟ ସରକାରଙ୍କ ବିବୃତି ଆବଶ୍ୟକ ରହିଛି ।

ସମ୍ବଲପୁର ହିଂସା ନେଇ ଆମେ ଅମିତ ଶାହାଙ୍କ ଦୃଷ୍ଟି ଆର୍ଷଣ କରିଛୁ,ରାଜ୍ୟ ସରକାର ରାଷ୍ଟ୍ରହୀତ ଏନଆଇଏକୁ ତଦନ୍ତ ଦାୟିତ୍ୱ ଦିଅନ୍ତୁ ବୋଲି କହିଛନ୍ତି ସୁରେଶ ପୂଜାରୀ ।