ଭୁବନେଶ୍ୱର: ଏଣିକି ସରକାରୀ ଗାଡ଼ି ପାଇଁ ପେଟ୍ରୋଲ ପମ୍ପ୍କୁ ଆଗୁଆ ପୈଠ କରିବେ ସରକାର। ଦୁଇ ମାସର ଆନୁମାନିକ ତେଲ ଖର୍ଚ୍ଚ ଦେବାକୁ ଅର୍ଥ ବିଭାଗର ସୂଚନା। ସରକାରୀ କାର୍ଯ୍ୟର ନିରବଚ୍ଛିନ୍ନ ପରିଚାଳନା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି। ମଧ୍ୟପ୍ରାଚ୍ୟରେ ଯୁଦ୍ଧଜନିତ ଅନିଶ୍ଚିତତା କାରଣରୁ ଏପରି ସରକାରୀ ନିଷ୍ପତ୍ତି ହୋଇଛି। ସରକାରୀ ଗାଡ଼ିଗୁଡ଼ିକର ତେଲ (ପେଟ୍ରୋଲ/ଡିଜେଲ) ଖର୍ଚ୍ଚ ବାବଦକୁ ପେଟ୍ରୋଲ ପମ୍ପଗୁଡ଼ିକୁ ଆଗୁଆ ଟଙ୍କା ପ୍ରଦାନ କରାଯିବ। ନୂଆ ନିଷ୍ପତ୍ତି ଅନୁଯାୟୀ, ସରକାରୀ ଗାଡ଼ିଗୁଡ଼ିକ ପାଇଁ ଆଗାମୀ ଦୁଇ ମାସର ଆନୁମାନିକ ତେଲ ଖର୍ଚ୍ଚ ଯେତିକି ହେବ, ସେହି ଅର୍ଥରାଶିକୁ ସରକାର ପୂର୍ବରୁ ହିଁ ସମ୍ପୃକ୍ତ ପେଟ୍ରୋଲ ପମ୍ପ୍ଗୁଡ଼ିକୁ ପୈଠ କରିଦେବେ। ଏହାଦ୍ୱାରା ତେଲ ପାଇଁ ସରକାରୀ ଗାଡ଼ିଗୁଡ଼ିକର ଚଳପ୍ରଚଳରେ କୌଣସି ବାଧା ସୃଷ୍ଟି ହେବନାହିଁ।