ଭୁବନେଶ୍ୱର : ଓଡିଶା ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ଅଧୁନା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ଯୁଗ୍ମ ସଚିବ ଭାବରେ କାର୍ଯ୍ୟରତା ଶ୍ରୀମତୀ ଜସ୍ମିନ ପଟ୍ଟନାୟକଙ୍କୁ ସାଧାରଣ ପ୍ରଶାସନ ବିଭାଗ ତରଫରୁ ଗତ ୨୮-୧୧-୨୦୨୪ ପ୍ରକାଶିତ ବିଜ୍ଞପ୍ତି ସଂଖ୍ୟା ଜିଏଡି-ଏସଇଆର-୨-ଟିପି-୦୦୧୩-୨୦୨୩-୩୬୦୧୮/ଏସସିଏସ ଅନୁସାରେ ସତ୍ୟବାଦୀ ରେ ସ୍ଥାପିତ ହୋଇଥିବା ଓଡ଼ିଆ ବିଶ୍ୱବିଦ୍ୟାଳୟ ର ନୂତନ ପ୍ରବନ୍ଧକ (ରେଜିଷ୍ଟ୍ରାର) ଭାବରେ ମହାମହିମ ରାଜ୍ୟପାଳଙ୍କ ଦପ୍ତରରୁ ନିଯୁକ୍ତି ଦିଆ ଯାଇଅଛି। ଖୁବ୍ ଶୀଘ୍ର ଶ୍ରୀମତୀ ପଟ୍ଟନାୟକ ଦାୟିତ୍ୱ ନେବେ ବୋଲି ସୁଚନା ମିଳିଛି।