ପ୍ରକାଶ ପାଇଲା ଓସିଏସ ପରୀକ୍ଷା ଫଳ,ତପସ୍ୱିନୀ ବେହେରା ଟପ୍ପର

ରାଜ୍ୟରେ ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସ୍ ୨୦୨୦ ପରୀକ୍ଷା ଫଳ । ପରୀକ୍ଷାରେ ଟପ୍ପର ହୋଇଛନ୍ତି ତେଜସ୍ୱିନୀ ବେହେରା I ସେହିପରି ଟପ ୭ ସ୍ଥାନ ଯାଏଁ ମାଡି ବସିଛନ୍ତି ଛାତ୍ରୀ I ପରୀକ୍ଷାରେ ଉତ୍ତୀର୍ଣ୍ଣହୋଇଛନ୍ତି ମୋଟ ୩୯୨ ପରୀକ୍ଷାର୍ଥୀ । ସେମାନଙ୍କ ମଧ୍ୟରୁ ୧୪୮ ଜଣ ଛାତ୍ରୀ ରହିଥିବାବେଳେ ପ୍ରଥମ ୧୦ଟି ରାଙ୍କ ମଧ୍ୟରେ ଅଛନ୍ତି ୭ ଝିଅ ଏବଂ ୩ ଜଣ ପୁଅ । ସେହିଭଳି ପ୍ରଥମ ତିନି ସ୍ଥାନରେ ମହିଳା ରହିଛନ୍ତି ।

ଦ୍ୱିତୀୟ ସ୍ଥାନରେ ଶୁଭଙ୍କରୀ ସୁଦେଶ୍ନା ଦାସ, ତୃତୀୟ ସ୍ଥାନରେ ଅନନ୍ୟା ସୃଷ୍ଟି ଶତପଥୀ, ଚତୁର୍ଥ ସ୍ଥାନରେ ଦେବବ୍ରତ କର, ପଞ୍ଚମ ସ୍ଥାନରେ ଦେବବ୍ରତ ମହାରଣା, ଷଷ୍ଠ ସ୍ଥାନରେ ଅଭିସ୍ମିତା ତେୱାରୀ, ସପ୍ତମ ସ୍ଥାନରେ ଶୁଭଶ୍ରୀ ରଥ, ଅଷ୍ଟମ ସ୍ଥାନରେ ଶ୍ରୀତପା ମିଶ୍ର, ନବମ ସ୍ଥାନରେ ବିବେକାନନ୍ଦ ଷଡଙ୍ଗୀ, ଦଶମ ସ୍ଥାନରେ ତପ୍ତୀ ରାଜ ରହିଛନ୍ତି ।