ଲାଞ୍ଚ ନେଇ ଧରାପଡ଼ିଲେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ସୀତାକାନ୍ତ ରଣା

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ସୀତାକାନ୍ତ ରଣା SHG ମହିଳାଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଜୟପୁର ଭିଜିଲାନ୍ସ ହାତରେ ଧରା ପଡିଛନ୍ତି l ମିଳିଥିବା ସୂତ୍ରରୁ, କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ସୀତାକାନ୍ତ ରାଣା ୨୦୨୬-୨୭ ବର୍ଷରେ ୩ ମାସର ବକେୟା ବିଲ୍ ପ୍ରଦାନ ପାଇଁ ଏକ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ । ଏହି ଲାଞ୍ଚ ଟଙ୍କା ନେବା ବେଳେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ସେ ଗିରଫ ହୋଇଛନ୍ତି । କିଛି ଦିନ ଧରି ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ଅଭିଯୁକ୍ତ ସୀତାକାନ୍ତ ରଣାଙ୍କୁ ବକେୟା ବିଲ୍ ପ୍ରଦାନ କରିବାକୁ ଅନୁରୋଧ କରୁଥିଲେ । କିନ୍ତୁ ସେ ବକେୟା ବିଲ୍ ପ୍ରଦାନ କରିବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ । ଲାଞ୍ଚ ଅର୍ଥ ଦେବାକୁ ଅସମର୍ଥ ଏସ୍‌ଏଚ୍‌ଜି କର୍ମକର୍ତ୍ତା ଶେଷରେ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗ ପାଇବା ପରେ ଭିଜିଲାନ୍ସର ଏକ ଟିମ୍ ପୂର୍ବ ଯୋଜନା ମୁତାବକ ସୀତାକାନ୍ତ ରଣାଙ୍କୁ ଲାଞ୍ଚ ଟଙ୍କା ନେଉଥିବା ସମୟରେ ଗିରଫ କରିଛି । ଅଭିଯୁକ୍ତ ଶ୍ରୀ ରଣାଙ୍କ ନିକଟରୁ ଲାଞ୍ଚ ଟଙ୍କା ଉଦ୍ଧାର କରାଯାଇ ଜବତ କରାଯାଇଛି ।