୫୦ ପ୍ରତିଶତ କମିଲା ପ୍ରଧାନମନ୍ତ୍ରୀଙ୍କ କାରକେଡ୍ ଗାଡ଼ି ସଂଖ୍ୟା, ବଢ଼ିବ ଇଭିର ବ୍ୟବହାର

ନୂଆଦିଲ୍ଲୀ: ଇନ୍ଧନ ସଞ୍ଚୟ ଏବଂ ପରିବେଶ ସୁରକ୍ଷା କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଦେଶବାସୀଙ୍କୁ ପେଟ୍ରୋଲ-ଡିଜେଲ ବ୍ୟବହାର ହ୍ରାସ କରିବାକୁ ଆହ୍ୱାନ ଦେବା ପରେ, ପ୍ରଧାନମନ୍ତ୍ରୀ ଏବେ ନିଜେ ଏହାର ଉଦାହରଣ ସାଜିଛନ୍ତି। ନିଜର ସୁରକ୍ଷା ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ କରି କାରକେଡ୍ ବା କନଭୟରେ ଥିବା ଗାଡ଼ି ସଂଖ୍ୟାକୁ ୫୦ ପ୍ରତିଶତ ହ୍ରାସ କରିବାକୁ ସେ ନିଷ୍ପତ୍ତି ନେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ସ୍ୱତନ୍ତ୍ର ସୁରକ୍ଷା ବାହିନୀ (SPG) ଏହି ଦିଗରେ କାର୍ଯ୍ୟ ଆରମ୍ଭ କରିଦେଇଛି। ସୁରକ୍ଷା ବ୍ୟବସ୍ଥାକୁ ଅକ୍ଷୁର୍ଣ୍ଣ ରଖି କିଭଳି କମ୍ ଗାଡ଼ିରେ କାର୍ଯ୍ୟ କରାଯାଇପାରିବ, ସେ ନେଇ ନୂଆ ରୋଡ୍‌ମ୍ୟାପ୍ ପ୍ରସ୍ତୁତ ହୋଇଛି। ଏହି ନିଷ୍ପତ୍ତି ଦ୍ୱାରା କେବଳ ଇନ୍ଧନ ସଞ୍ଚୟ ହେବ ନାହିଁ, ବରଂ ଟ୍ରାଫିକ୍ ସମସ୍ୟା ମଧ୍ୟ କିଛି ମାତ୍ରାରେ ହ୍ରାସ ପାଇବ। କନଭୟରେ ଗାଡ଼ି ସଂଖ୍ୟା କମାଇବା ସହ ବର୍ତ୍ତମାନ ଇଲେକ୍ଟ୍ରିକ୍ ଗାଡ଼ି (EV) ର ବ୍ୟବହାର ବୃଦ୍ଧି କରିବାକୁ ଗୁରୁତ୍ୱ ଦିଆଯାଇଛି। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ପର୍ଯ୍ୟାୟକ୍ରମେ ଅଧିକରୁ ଅଧିକ ପରିବେଶ ଅନୁକୂଳ ଇଭି ସାମିଲ କରାଯିବ। ସାର୍ବଜନୀନ ପରିବହନର ବ୍ୟବହାର ଏବଂ ପ୍ରଦୂଷଣ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ସବୁବେଳେ ଦେଶବାସୀଙ୍କୁ ପରାମର୍ଶ ଦେଇଆସୁଛନ୍ତି। ଏବେ ନିଜ କନଭୟର ଆକାର ଛୋଟ କରି ସେ ବିଶ୍ୱକୁ ଏକ ସକାରାତ୍ମକ ବାର୍ତ୍ତା ଦେଇଛନ୍ତି।

Number of Prime Minister's private vehicles reduced by 50 percent