ପୁରୀରେ ପହଞ୍ଚିଲା NSGର ସ୍ଵତନ୍ତ୍ର ଟିମ୍….

ମନ୍ଦିର ସୁରକ୍ଷା ନେଇ ଏନଏସଜିର ସ୍ଵତନ୍ତ୍ର ଟିମ୍ ପୁରୀରେ ପହଞ୍ଚିଛି । ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକଙ୍କ ସହ ଆଲୋଚନା କରିଛି ଟିମ୍ । ଜିଲ୍ଲା ପୋଲିସ ସହ ମଧ୍ୟ ପୂର୍ବରୁ ଆଲୋଚନା କରିଥିବା ବେଳେ ପୁରୀ ଏସପି ଙ୍କ ସହ ଟିମ ଅଧିକ ଆଲୋଚନା କରିବ। ଆଗକୁ ରଥଯାତ୍ରା ଥିବାରୁ, ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡାକଡି କରାଯିବା ନେଇ ଆଲୋଚନା ହୋଇପାରେ ।