ଉତ୍ତର କୋରିଆ ନିକ୍ଷେପ କଲା କ୍ଷେପଣାସ୍ତ୍ର: ଜାପାନରେ ଆତଙ୍କ

ନୂଆଦିଲ୍ଲୀ: ଆଜି ଉତ୍ତର କୋରିଆ କ୍ଷେପଣାସ୍ତ୍ର ନିକ୍ଷେପ କରିବା ପରେ ଜାପାନରେ ଆତଙ୍କ ଖେଳିଯାଇଛି। ଯାହାପରେ ଜାପାନ ସତର୍କ ସୂଚନା ଜାରି କରାଯାଇଛି। ଜାପାନ ସରକାର ‘ଜେ ଆଲର୍ଟ’ ଜାରି କରିଛନ୍ତି ଏବଂ ଏହାର ନାଗରିକମାନଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜାପାନର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ଯେ, ଉତ୍ତର କୋରିଆ ଦ୍ୱାରା କ୍ଷେପଣାସ୍ତ୍ର ଉତକ୍ଷେପଣ ହୋଇଥିବା ଜଣାପଡିଛି। ଯେକୌଣସି କୋଠା କିମ୍ବା ଭୂତଳ ସ୍ଥାନରେ ଆଶ୍ରୟ ନେବାକୁ ସମସ୍ତଙ୍କୁ ଏକ ନିବେଦନ କରାଯାଇଛି।