ପୌର ନିର୍ବାଚନ ପାଇଁ ଆଜିଠୁ ନାମାଙ୍କନ ପତ୍ର ଦାଖଲ

ରାଜ୍ୟରେ ପଂଚାୟତ ନିର୍ବାଚନ ସରି ଯାଇଥିବା ବେଳେ ଆଜି ଠାରୁ ପୌର ନିର୍ବାଚନ ପାଇଁ ଆରମ୍ଭ ହେଉଛି ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା। ନାମାଙ୍କନ ଦାଖଲ ପ୍ରକ୍ରିୟା ଆଜି ଠାରୁ ଆରମ୍ଭ ହୋଇ ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଚାଲିବ I ଏହାପରେ ଆସନ୍ତା ୯ ତାରିଖରେ ପ୍ରାର୍ଥି ପତ୍ର ଯାଞ୍ଚ ଏବଂ୧୪ ତାରିଖରେ ନାମାଙ୍କନ ପତ୍ର ପ୍ରତ୍ୟାହାର ସହିତ ସେହିଦିନ ସନ୍ଧ୍ୟାରେ ଚୂଡାନ୍ତ ତାଲିକା ପ୍ରକାଶ ପାଇବ I ସେହିପରି ମାର୍ଚ୍ଚ ୨୪ ତାରିଖରେ ଭୋଟଗ୍ରହଣ କରାଯିବା ସହିତ ୨୬ ତାରିଖରେ ଫଳାଫଳ ପ୍ରକାଶିତ ହେବ I
ଦୀର୍ଘ ସାଢେ ଯାଉଥିବା ପୌର ନିର୍ବାଚନ ପାଇଁ ହାତରେ କମ୍ ସମୟ ଥିବାରୁ ପ୍ରାର୍ଥୀ ଚୟନରେ ମାତିଛନ୍ତି ପ୍ରମୁଖ ରାଜନୈତିକ ଦଳ। ତେବେ ମେୟର ପ୍ରାର୍ଥୀଙ୍କୁ ନେଇ ଲାଗି ରହିଛି ଉତ୍ସୁକତା। କାରଣ, ଏଥର ମ୍ୟୁନିସିପାଲଟି ଚେୟାରମ୍ୟାନ୍ ଓ ମହାନଗର ନିଗମ ମେୟର ପଦ ଲାଗି ହେବ ସିଧାସଳଖ ନିର୍ବାଚନ। କୋର୍ଟରେ ମାମଲା ଥିବାରୁ ସମ୍ବଲପୁର, ରାଉରକେଲା ମହାନଗର ନିଗମ ଏବଂ ପୁରୀ ମ୍ୟୁନିସପାଲିଟିରେ ଭୋଟ୍ ହେବ ନାହିଁ ।