ମାଟିରେ ମିଶିଲା ନୋଏଡା ଟ୍ଵିନ ଟାଓ୍ଵାର

ନୋଏଡାର ସେକ୍ଟର ୯୩ ରେ ନିର୍ମିତ ବିଶାଳକାୟ ସୁପରଟେକ ଟ୍ୱିନ୍ ଟାୱାର କୁ ଧ୍ୱଂସ କରି ଦିଆଯାଇଛି I ୧୦୦ ମିଟର ଉଚ୍ଚତା ବିଶିଷ୍ଟ ଏହି ଦୁଇ ଟାୱାର କୁ ଧ୍ୱଂସ ସ୍ତୁପ ରେ ପରିଣତ ହେବାକୁ ମାତ୍ର ୧୨ ସେକେଣ୍ଡ ସମୟ ଲାଗିଥିଲା I ଏହି ଦୁଇ ଟାୱାର କୁ ବିସ୍ଫୋରଣ କରିବାପାଇଁ ୩୭୦୦ କିଲୋଗ୍ରାମ ବିସ୍ଫୋଟକ ବ୍ୟବହାର କରାଯାଇଥିଲା I ବିସ୍ଫୋରଣ ପୂର୍ବରୁ ପ୍ରାୟ ୭ ହଜାର ଲୋକଙ୍କୁ ବିସ୍ଫୋରଣ ଜୋନରୁ ସେଫ ଜୋନ କୁ ସ୍ଥାନାନ୍ତର କରାଯାଇଥିଲା I ବିସ୍ଫୋରଣ ପୂର୍ବରୁ ସାଇରନ ବାଜିଥିଲା। ବିସ୍ଫୋରଣ ପରେ ବହୁତ ଉଚ୍ଚତା ପର୍ଯ୍ୟନ୍ତ ଧୂଳି ଉଠିଥିଲା। ଏଥିରୁ ୯୦୦ରୁ ଅଧିକ ଧ୍ୱଂସାବିଶେଷ ବାହାରିବ। ଯାହାକୁ ସଫା କରିବା ପାଇଁ ପାଖାପାଖି ୩ ମାସ ଲାଗିବ।

ଏହି ଟାୱାରକୁ ଧ୍ୱଂସ କରିବାକୁ ୧୭.୫୫ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଏହି ଅର୍ଥ ଟାୱାର ନିର୍ମାଣକାରୀ ସଂସ୍ଥା ସୁପରଟେକ୍ ଠାରୁ ଆଦାୟ କରାଯିବ ବୋଲି କୁହାଯାଇଛି । ଏହି ଦୁଇଟି ଟାୱାର ମଧ୍ୟରେ ୯୫୦ ଟି ଫ୍ଲାଟ ଥିବା ବେଳେ ଏହାକୁ ନିର୍ମାଣ କରିବାକୁ ସୁପରଟେକ୍ କମ୍ପାନୀ ୨୦୦ ରୁ ୩୦୦ କୋଟି ଟଙ୍କା ଖର୍ଚ୍ଚ କରିଥିଲା ।

ସୂଚନାଯୋଗ୍ୟ ଯେ, ନୋଏଡାରେ ଥିବା ଟ୍ବିନ୍‌ ଟାଓ୍ବାର ନିକଟରେ ବ୍ୟାପକ ମାତ୍ରାରେ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଘଟଣାସ୍ଥଳରେ କୌଣସି ଜନଗହଳି ଯେପରି ନହୁଏ ସେଥିପାଇଁ ୫୬୦ ଜଣ ପୋଲିସ କର୍ମୀ, ରିଜର୍ଭ ପୋଲିସ ଫୋର୍ସର ୧୦୦ ଯବାନ, ୪ଟି କ୍ବିକ୍‌ ରିସ୍ପୋନ୍ସ ଟିମ୍‌ ଏବଂ ଏନଡିଆରଏଫ ଟିମ୍‌ ମୁତୟନ କରାଯାଇଛି । ୧୩ ବର୍ଷ ହେଲା ସେଠାରେ ଛିଡା ହୋଇଥିବା ଟ୍ବିନ୍‌ ଟାଓ୍ବାର ମାତ୍ର କିଛି ସେକେଣ୍ଡରେ ଧ୍ବଂସ ହୋଇଛି ।

ନୋଇଡା ପ୍ରାଧିକରଣ ମୁତାବକ ଟାୱାର ବିସ୍ଫୋରଣ ପରେ ଯେଉଁ ଧୂଳି ଉଡିଛି ସେଥିରୁ ରକ୍ଷା ପାଇବା ପାଇଁ ୧୦୦ ଟ୍ୟାଙ୍କର ପାଣି ସ୍ପ୍ରେ କରାଯିବାର ବ୍ୟବସ୍ଥା ହୋଇଛି । ଏହାସହ ୧୫ ଟି ଆଣ୍ଟି ସ୍ମଗ ଗନ, ୬ ମେକାନିକଲ ସ୍ୱିପିଂ ମେସିନ ଓ ୨୦୦ ସଫେଇ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ହଠାତ ଅଳିଆ ଉଠାଇବାକୁ ୨୦ ଟି ଟ୍ରାକ୍ଟର ମଧ୍ୟ ନିୟୋଜିତ କରାଯାଇଛି । ଏହାସହ ସ୍ଥାନୀୟ ଅଞ୍ଚଳରେ ଥିବା ଗଛରୁ ଧୂଳି ସଫା କରିବାର ମଧ୍ୟ ବ୍ୟବସ୍ଥା ହୋଇଛି ।

ବିସ୍ଫୋରଣ ପରେ ବାୟୁ ପ୍ରଦୁର୍ଷଣକୁ ରୋକିବାକୁ ୬ ଟି ସ୍ଥାନରେ ମାନୁଆଲ ଏମ୍ବିଏଣ୍ଟ ଏୟାର କ୍ୱାଲିଟି ମନିଟରିଂ ଷ୍ଟେସନ ସ୍ଥାପନ କରାଯାଇଛି । ଯାହା ମାଧ୍ୟମରେ ପବନର ଗୁଣବତ୍ତା ମପାଯାଇ ପାରିବ । ଏହାସହ ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ କିଛିଦିନ ପାଇଁ ମାସ୍କ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି ।