ନୂଆ ବର୍ଷରେ ଧର୍ମାନୁଷ୍ଠାନ କୁ ନାଁ, ଭୋଜି ଭାତ କୁ ନାଁ ,ମେଳା ମଉଛବ କୁ ହଁ :ରାଜ୍ୟ ସରକାରଙ୍କର ଏ କି ଭଳି କୋଭିଡ କଟକଣା ଆଇନ ?

‘ବାପ ପୁଅ ରାତି ଅନିଦ୍ରା ମୁଗୁରା ମୁହଁ ମେଲା’ ଭଳି ଖୋଦ ରାଜଧାନୀରେ ଖୋଲାଖୋଲି ଭାବରେ ଉଲ୍ଲଙ୍ଘନ ହେଉଛି କୋଭିଡ କଟକଣା ଆଇନ I କୋଭିଡ ସଂକ୍ରମଣ କୁ ଦୃଷ୍ଟିରେ ରଖି ଏବଂ ସଂକ୍ରମଣ ଅଧିକ ନ ବ୍ୟାପିବା ପାଇଁ ରାଜ୍ୟ ସରକାର ନୂଆ ବର୍ଷରେ ସମସ୍ତ ଧର୍ମାନୁଷ୍ଠାନ କୁ ପ୍ରବେଶ ନିଷେଧ ସହିତ ଭୋଜି ଭାତ କୁ ବି ନାଁ କରିଥିଲେ I କିନ୍ତୁ କୋଭିଡ ଆଇନ କୁ ଅଣଦେଖା କରି ରାଜଧାନୀ ପ୍ରଦର୍ଶନୀ ପଡିଆରେ ଚାଲୁଥିବା ବାର୍ଷିକ ଓରମାସ ମେଳା ‘ଶିଶିର ସାରସ‘ କୁ ଅନୁମତି ଦେଇଛନ୍ତି I ଗତ ୨୮ ତାରିଖରୁ ଆରମ୍ଭ ହୋଇଥିବା ଏହି ମେଳାରେ ସନ୍ଧ୍ୟାବେଳେ ନାହିଁ ନ ଥିବା ଭିଡ଼ ସାଙ୍ଗକୁ ଟ୍ରାଫିକ ସମସ୍ୟା ପରିଲକ୍ଷିତ ହେଉଥିବାର ଦେଖାଯାଉଛି I ଲୋକ ଗହଳିକୁ ଏଡ଼ାଇବା ପାଇଁ ସରକାର ତାଲାବନ୍ଦ,ନାଇଟ କର୍ଫ୍ୟୁ ଭଳି ନିୟମ ସବୁ ଲାଗାଇଥିବା ବେଳେ ଏହି ବାର୍ଷିକ ମେଳା ଭଳି ହାଉଯାଉ ଲୋକ ଗହଳି ମେଳା ଆୟୋଜନ କରିବା ପାଇଁ କିଭଳି ଭାବରେ ପ୍ରଶାସନ ଅନୁମତି ଦେଲେ ତାହା ଏବେ ବିଭିନ୍ନ ମହଲରେ ପ୍ରଶ୍ନ ବାଚୀ I ନୂଆ ବର୍ଷ ଥିବାରୁ ସନ୍ଧ୍ୟା ହେଲେ ଅସମ୍ଭବ ଭିଡ଼ ହେଉଛି I କାଁ ଭାଁ ଛାଡିଦେଲେ କାହାରି ମୁହଁରେ ମାସ୍କ ଦେଖାଯାଉନି ଆଉ ସାମାଜିକ ଦୂରତା ତ ଦୂରେ ଥାଉ I ସମ୍ପୂର୍ଣ୍ଣ ଭାବରେ କାଭିଡ କଟକଣା ନିୟମକୁ ଉଲ୍ଲଙ୍ଘନ କରାଯାଉଛି Iକେଉଁ ଭଳି ଭାବରେ ଏଠାରେ କୋଭିଡ ନିୟମ ପାଳନ ହେଉଛି ତାହା ତଦାରଖ କରିବାକୁ କେହି ନାହାନ୍ତି I ମାତ୍ର ଦୁଇଦିନ ପୂର୍ବରୁ ରାଜ୍ୟରେ ଯେଉଁଠି ସଂକ୍ରମଣ ହାର ୨୦୦ ଭିତରେ ରହୁଥିଲା ବର୍ତ୍ତମାନ ଗତ ଦୁଇ ଦିନ ଧରି ଲଗାତାର ଭାବରେ ବୃଦ୍ଧି ପାଇ୪୦୦ ପାର କଲାଣି Iତେଣୁ ହଠାତ କରୋନା ଗ୍ରାଫ ବୃଦ୍ଧିପାଇବା ପଛରେ ମେଳା ଦାୟୀ ନୁହେଁ ତ ?? କାରଣ ସବୁଥର ଭଳି ଏହି ଦୁଇ ଦିନ ମଧ୍ୟ ଖୋର୍ଦ୍ଧା ଜିଲ୍ଲା ଅଧିକ ସଂକ୍ରମିତ ଅଂଚଳ ଭାବରେ ଚିହ୍ନଟ ହୋଇଛି I
ଅନ୍ୟପକ୍ଷରେ ବିଏମସି ଅଧିକାରୀ ଶୁଭେନ୍ଦୁ ସାହୁ କହିଛନ୍ତି ,’ଶିଶିର ସାରସ’ ମେଳା ପାଇଁ ବିଏମସି ପକ୍ଷରୁ କୌଣସି ଅନୁମତି ଦିଆଯାଇନାହିଁ I ତେବେ ଏଠାରେ ପ୍ରଶ୍ନ ଉଠୁଛି କରୋନା ସଂକ୍ରମଣ ସମୟରେ ରାଜଧାନୀ ଛାତି ଉପରେ ଏତେବଡ଼ ମେଳା ର ଆୟୋଜନ କରି କରୋନା ବାଣ୍ଟିବାକୁ ଅନୁମତି ଦେଲା କିଏ ??Iବେଳ ଥାଉଁ ଥାଉଁ ଯଦି ପ୍ରଶାସନ ର ନିଦ ନ ଭାଙ୍ଗିବ ରାଜ୍ୟରେ ତୃତୀୟ କାହାର ଆସିବାକୁ ଆଉ ଡେରି ଲାଗିବ ନାହିଁ I

Comments (0)
Add Comment