ଲକ୍ଷଣ ନାହିଁ ତ ଟେଷ୍ଟିଂ ନାହିଁ,ଭାଇରାଲ ଫ୍ଲୁ ପାଇଁ ଆଣ୍ଟିବାଓଟିକ୍‌ ଆବଶ୍ୟକ ନାହିଁ : ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ବେଗରେ ମାଡି ଚାଲିଛି I ଦୈନିକ ସଂକ୍ରମଣ ଲଗାତାର ୧୦ ହଜାର ଉପରେ ରହୁଛି । ଆଜି ସୁଦ୍ଧା ଆକ୍ଟିଭ୍ କେସ୍ ୫୦ ହଜାରଟପି ସାରିଲାଣି । ହେଲେ ଏହାକୁ ନେଇ ଭୟଭୀତ ହେବା ଆବଶ୍ୟକ ନାହିଁ Iସେହିଭଳି ଲକ୍ଷଣ ନଥିଲେ କୋଭିଡ୍‌ ଟେଷ୍ଟିଂ କରନ୍ତୁ ନାହିଁ। ପଜିଟିଭ ସଂସ୍ପର୍ଶରେ ଆସିଥିଲେ ମଧ୍ୟ ଲକ୍ଷଣ ନାହିଁ ତ ଟେଷ୍ଟିଂ ଦରକାର ନାହିଁ। କେନ୍ଦ୍ର ସରକାରଙ୍କ ନୂଆଗାଇଡ୍‌ଲାଇନ୍‌ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି। ଏନେଇ ଜିଲ୍ଲା ଗୁଡିକୁ ଜଣାଇଛି ସ୍ୱାସ୍ଥ୍ୟ ବିଭାଗ। ଆଜି ସୁଦ୍ଧା ୬୧ ହଜାର ଆକ୍ଟିଭ କେସ୍‌ ଥିବା ବେଳେ ମାତ୍ର ୧୧୦୦ ଡାକ୍ତରଖାନାରେ ଅଛନ୍ତି।
୨ ପ୍ରତିଶତରୁ କମ୍‌ ହସ୍ପିଟାଲରେ ଅଛନ୍ତି। ଆଇସିୟୁରେ ପ୍ରାୟ ୩୦୦ ଲୋକ ଅଛନ୍ତି। ଗାଇଡ୍‌ଲାଇନ୍‌ ଅନୁସାରେ ବୃଦ୍ଧ ବ୍ୟକ୍ତି ମଧ୍ୟ ଲକ୍ଷଣ କମ୍‌ ଥିଲେ ଆଇସୋଲେସନ୍‌ରେ ରହିବା ଭଲ। ଏହା ସହ ଅନାବଶ୍ୟକ ମେଡିସିନ୍‌ ବ୍ୟବହାର କରିବାକୁ ମଧ୍ୟ ସତର୍କ କରିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର। ଭାଇରାଲ ଫ୍ଲୁ ପାଇଁ ଆଣ୍ଟିବାଓଟିକ୍‌ ଆବଶ୍ୟକ ନାହିଁ । ତେଣୁ ଅନାବଶ୍ୟକ ଭାବେ ମନଇଚ୍ଛା ମେଡିସିନ ବ୍ୟବହାର ନ କରିବାକୁ ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି । ଏଥିସହ ସେ କହିଛନ୍ତି, କରୋନା ଆକ୍ରାନ୍ତଙ୍କ ସଙ୍ଗରୋଧ ଅବଧୀ ସରିବା ପରେ ଆରଟିପିସିଆରର ଆବଶ୍ୟକତା ନାହିଁ ବୋଲି । କେବଳ ଯେଉଁମାନେ ଆଇସିୟୁରେ ରହୁଛନ୍ତି, ଗୁରୁତର ହେଉଛନ୍ତି ସେମାନେ ସୁସ୍ଥ ହେବା ପରେ ଟେଷ୍ଟ କରାଯାଉଛି।

Comments (0)
Add Comment