କାହାକୁ ଛଡ଼ାଯିବନି: ଆଇନମନ୍ତ୍ରୀ

ଭୁବନେଶ୍ୱର: କାହାକୁ ଛଡ଼ାଯିବନି । ଏଭଳି ଚେତାବନୀ ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ରାଜ୍ୟରେ ହେଉଥିବା ଭିଜିଲାନ୍ସ ରେଡକୁ ନେଇ ଶ୍ରୀ ହରିଚନ୍ଦନ ଏଭଳି ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି ଯେ ରାଜ୍ୟର ବିଜେପି ସରକାରଙ୍କ ପକ୍ଷରୁ ଜିରୋ ଟୋଲେରାନ୍ସ ନୀତି ଆପଣାଯାଇଛି । ଯେକେହି ବି ଦୁର୍ନୀତି କରିଛନ୍ତି ସେମାନଙ୍କ ବିରୋଧରେ ତଦନ୍ତ ହେବ । ଆଉ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।  ପ୍ରକାଶ ଯେ ଗତ କିଛି ଦିନ ହେଲା ରାଜ୍ୟ ଭିଜିଲାନ୍ସ ବିଭାଗ ପୂରା ଏକ୍ଟିଭ ମୋଡକୁ ଚାଲିଆସିଛି । ଜଣଙ୍କ ପରେ ଜଣେ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରୁଛି । ଆଉ ପୁଳା ପୁଳା ଟଙ୍କା ଓ ସୁନା ଗହଣା ସହ ନାମୀଦାମୀ ଗାଡ଼ି ଓ କୋଠାବାଡ଼ି ଠାବ କରୁଛି ।