ଭୁବନେଶ୍ୱର: ଆଇଏଏସ ଅଧିକାରୀ ବିଷ୍ଣୁପଦ ସେଠୀଙ୍କୁ ସିବିଆଇ ସମନ ପ୍ରସଙ୍ଗରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ବିଷ୍ଣୁପଦଙ୍କୁ ହୋଇଥିବା ସମନ ବିଭାଗ ସମ୍ପର୍କିତ ନୁହେଁ । ଯାହାକୁ ବି ସମନ ହେବ, ସେ ସଚିବ ହୁଅନ୍ତୁ କି ମନ୍ତ୍ରୀ ଆଇନ ଊଦ୍ଧ୍ୱର୍ରେ କେହି ନୁହନ୍ତି । ଆଇନ ଯାହା ଥିବ ସେହି ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆଗକୁ ସେ ବିଭାଗରେ ରହିବେ କି ନାହିଁ ସେ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ ବୋଲି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି । ଏହା ପୂର୍ବରୁ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଥିଲେ ଯେ ଦୁର୍ନୀତି ପ୍ରମାଣିତ ହେଲେ କଡ଼ା ଆକ୍ସନ ନିଆଯିବ । ଦୁର୍ନୀତି ପ୍ରତିସରକାରଙ୍କ ଶୂନ ସହନଶୀଳତା ରହିଛି । ଯେତେବଡ଼ ଅଧିକାରୀ ହୁଅନ୍ତୁ କି ମନ୍ତ୍ରୀ ଯଦି ଦୁର୍ନୀତିରେ ଲିପ୍ତ ରହନ୍ତି ତେବେ ଆକ୍ସନ ହେବ । ଯଦି ଲିଙ୍କ ବାହାରେ ତେବେ ତଦନ୍ତ ହେବ ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ହରିଚନ୍ଦନ କହିଥିଲେ । ପ୍ରକାଶ ଯେ ଗତ ସପ୍ତାହରେ ରାଜଧାନୀର ଏକ ହୋଟେଲ ସମ୍ମୁଖରୁ ଏକ କାର୍ରୁ ୧୦ ଲକ୍ଷ ଟଙ୍କା ଓ ସୁନା ଜବତ ଘଟଣା ଏବେ ନୂଆ ମୋଡ଼ ନେଇଛି। ଗତ କିଛିଦିନ ହେଲା ଏହି ଘଟଣାକୁ ନେଇ ସିବିଆଇ ଯାଞ୍ଚ ଚଳାଇଥିବାବେଳେ ରାଜ୍ୟ ସରକାରଙ୍କ ପ୍ରମୁଖ ସଚିବ ତଥା ଆଇଏଏସ୍ ବିଷ୍ଣୁପଦ ସେଠୀ ଏବେ ସିବିଆଇ ସ୍କାନରକୁ ଆସିଛନ୍ତି। ଏଡି ଘଟଣାରେ ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କୁ ସିବିଆଇ ପକ୍ଷରୁ ସମନ ଜାରି କରାଯାଇଛି। ଡିସେମ୍ବର ୧୧ ତାରିଖ ସକାଳ ୧୦ ଟାରେ ସିବିଆଇ ଅଫିସରେ ହାଜର ପାଇଁ ବିଷ୍ଣୁପଦଙ୍କୁ ହୋଇଥିଲା ନୋଟିସ। ହେଲେ ଏନେଇ ମୁହଁ ଖୋଲିନାହାନ୍ତି ଆଇଏଏସ୍ ବିଷ୍ଣୁପଦ ସେଠୀ।