ମେଣ୍ଟର ପ୍ରଶ୍ନ ନାହିଁ : ଅପରାଜିତା ଷଢଙ୍ଗି

ବିଜେପି ଓ ବିଜେଡି ବିରୋଧରେ ମେଣ୍ଟ ହେବ ନାହିଁ। ଉଭୟ ଦଳ ମଧ୍ୟରେ ମେଣ୍ଟ ହେବାର କୌଣସ ପ୍ରଶ୍ନ ଉଠୁ ନାହିଁ। ଆଦରଣୀୟ କେନ୍ଦ୍ର ମନ୍ତ୍ରୀମାନେ ପୂର୍ବରୁ ଏହା କହି ସାରିଛନ୍ତି। ଏଥର ନିର୍ବାଚନରେ ବିଜେପି ବିରୋଧରେ ବିଜେଡି ଯିବ, ବିଜେଡି ବିରୋଧରେ ବିଜେପି ଆସିବ। ଭୁବନେଶ୍ୱରରେ ବିଜେପି ପକ୍ଷରୁ ଆୟୋଜିତ କରାଯାଇଥିବା ‘ହର ଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଏହି ପ୍ରତିକ୍ରିୟା ଦେଇଛନ୍ତି। 

ଆଗୁଆ ନିର୍ବାଚନ ସମ୍ଭାବନା ନେଇ ଅପରାଜିତା କହିଛନ୍ତି, ଆଗୁଆ ନିର୍ବାଚନ ନେଇ ଯେଉଁ ପର୍ଯ୍ୟନ୍ତ ରାଜ୍ୟ ପ୍ରସ୍ତାବକୁ କେନ୍ଦ୍ର ଅନୁମୋଦନ କରିନି କିପରି ହେବ? ଆଗୁଆ ନିର୍ବାଚନ ନେଇ ରାଜ୍ୟ ପ୍ରସ୍ତାବ ଦେଇଛି କି ନାହିଁ ଜଣାନାହିଁ। ହୁଏତ ଏହା କଳ୍ପନାଜଳ୍ପନା ହୋଇ ଥାଇପାରେ। ଲୋକଙ୍କ ପାଇଁ କାମ କରିବାକୁ ବିଜୁ ଜନତା ଦଳ ୫ ବର୍ଷ ଜନାଦେଶ ପାଇଛି। ଆଗୁଆ ନିର୍ବାଚନ ପାଇଁ କାହିଁକି ଏତେ ହରବର ହେଉଛି? ଯେବେ ବି ଓଡ଼ିଶାରେ ନିର୍ବାଚନ ହେବ ଆମେ ପ୍ରସ୍ତୁତ ରହିଛୁ ବୋଲି ଭୁବନେଶ୍ୱର ସାଂସଦ କହିଛନ୍ତି। 

ରାତି ପାହିଲେ ଦେଶବାସୀ ପାଳନ କରିବେ ସ୍ୱାଧୀନତା ଦିବସ। ତା’ ପୂର୍ବରୁ ଭୁବନେଶ୍ୱରରେ ବିଜେପି ପକ୍ଷରୁ ଆୟୋଜିତ କରାଯାଇଛି ‘ହର ଘର ତ୍ରିରଙ୍ଗା’ ଯାତ୍ରା। ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ବିଜେପି ପକ୍ଷରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ। ଭୁବନେଶ୍ୱର ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ, ଭୁବନେଶ୍ୱର ସାଂଗଠନିକି ଜିଲ୍ଲା ବିଜେପି ସଭାପତି ବାବୁ ସିଂ,ରାଜ୍ୟ ବିଜେପିର ପ୍ରମୁଖ ନେତା ଓ କର୍ମୀ ଯୋଗଦେଇଥିଲେ।

ଲିଙ୍ଗରାଜଙ୍କ ମନ୍ଦିର ନିକଟରୁ ଆରମ୍ଭ ହୋଇଥିଲା ଏହି ତ୍ରିରଙ୍ଗା ଯାତ୍ରା। ଏକ କିଲୋମିଟରରୁ ଅଧିକ ଲମ୍ବର ତ୍ରିରଙ୍ଗାକୁ ଧରି ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିର ଠାରୁ ମାଷ୍ଟରକ୍ୟାଣ୍ଟିନ ଛକ ପଯ୍ୟନ୍ତ ଏକ ବିଶାଳ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଥିଲା।

NATIONALODISHAPOLITICS