ମଣ୍ଡପ ପାଇଁ ଦେବାକୁ ପଡିବିନି ଗ୍ରାଉଣ୍ଡ ରେଣ୍ଟ

ଭୁବନେଶ୍ୱର:  ପାର୍ବଣ ପୂର୍ବରୁ ସରକାରଙ୍କ ବଡ ଘୋଷଣା ।  ଚଳିତ ପାର୍ବଣ ଋତୁରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ
ସାର୍ବଜନୀନ ପୂଜା ଉତ୍ସବ ପାଇଁ ଗ୍ରାଉଣ୍ଡ ରେଣ୍ଟ ଆଦାୟ କରାଯିବ ନାହିଁ । ଏମିତି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  ବିଭିନ୍ନ ପୂଜା ସମିତି ଓ ସ୍ଥାନୀୟ ବିଧାୟକମାନଙ୍କ ଅନୁରୋଧ କ୍ରମେ ଜନସାଧାରଣଙ୍କ ସାଂସ୍କୃତିକ ଓ ଆଧ୍ୟାତ୍ମିକ ଭାବନାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଥିବା କୁହାଯାଉଛି ।

ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଆସନ୍ତା ପାର୍ବଣ ଋତୁ ସମୟରେ ସରକାରୀ ଜାଗାରେ ସାମୟିକ ଭାବରେ ପୂଜା ଆୟୋଜିତ ହୋଇଥାଏ । ବିଭିନ୍ନ ପୂଜା ଉତ୍ସବ ପାଇଁ ସଂପୃକ୍ତ ଟିମକୁ ଗ୍ରାଉଣ୍ଡ ରେଣ୍ଟ ଦେବାକୁ ପଡିଥାଏ । ହେଲେ ଏହି ଗ୍ରାଉଣ୍ଡ ରେଟ ଆଉ ଆାଦୟ କରାଯିବ ନାହିଁ ।

ଅଳ୍ପଦିନ ପରେ ଆସୁଛି ବିଶ୍ୱକର୍ମା ପୂଜା ଏବଂ ଗଣେଶ ପୂଜା । ତା ପରେ ପରେ  ଦୂର୍ଗା ପୂଜା, କାଳୀ ପୂଜା, ଲକ୍ଷ୍ମୀ ପୂଜା ଓ କାର୍ତ୍ତିକେଶ୍ୱର ପୂଜା ଆଦି ଅନେକ ପୂଜା ଅନୁଷ୍ଠିତ ହେବାର ଅଛି। ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି କ୍ରମେ ଏସବୁ ପୂଜା ପାଇଁ କୌଣସି ଗ୍ରାଉଣ୍ଡ ରେଣ୍ଟ ଭୁବନେଶ୍ୱର ମହାନିଗମ ପକ୍ଷରୁ ଆଦାୟ କରାଯିବ ନାହିଁ।