ଭୁବନେଶ୍ୱର: ଚଳିତ ଶିକ୍ଷାବର୍ଷ ୨୦୨୪-୨୫ ନିମନ୍ତେ ଯୁକ୍ତ୨ ପ୍ରଥମ ବର୍ଷ ବା ଏକାଦଶ ଶ୍ରେଣୀରେ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଓ ସଂସ୍କୃତ ବିଷୟରେ ନାମଲେଖା ନିମନ୍ତେ ଆସନ୍ତା ୭ତାରିଖଠାରୁ ପ୍ରକ୍ରିୟା ଆରମ୍ବ ହେବ। ଦଶମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ଇଚ୍ଛୁକ ଛାତ୍ରୀଛାତ୍ରମାନେ ଅନ୍ଲାଇନ୍ ମାଧ୍ୟମରେ ସାମ୍ସ ପୋର୍ଟାଲ www.samsodisha.gov.inରେ ଆବେଦନ କରିପାରିବେ। ସୂଚନାଯୋଗ୍ୟ, ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଓ ସଂସ୍କୃତ ବିଷୟରେ ନାମଲେଖା ପାଇଁ ରାଜ୍ୟର ମୋଟ ୨,୨୨୧ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମୋଟ ୫,୨୫,୪୬୫ ସିଟ୍ ରହିଛି। ସେଥିମଧ୍ୟରୁ କଳାରେ ୨,୯୪,୮୪୦, ବିଜ୍ଞାନରେ ୧,୬୬,୯୨୯, ବାଣିଜ୍ୟରେ ୪୦,୧୦୪, ଧନ୍ଦାମୂଳକ ଶିକ୍ଷାରେ ୧୦,୫୦୪ ଏବଂ ସଂସ୍କୃତରେ ୧୩,୦୮୮ ସିଟ୍ ଉପଲବ୍ଧ ରହିଛି।