କ୍ୟାମ୍ପସ ଛାତରୁ ଖସି ନାଇଜର ଛାତ୍ରୀଙ୍କ ମୃତ୍ୟୁ

ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ସ୍ଥିତ ନାଇଜର କ୍ୟାମ୍ପସ ଛାତରୁ ଖସି ଜଣେ ଛାତ୍ରୀ ଙ୍କ ମୃତ୍ୟୁ ଘଟିଛି । ମୃତ ଛାତ୍ରୀ ଜଣଙ୍କ ହେଲେ ପୂଜା ଜେଠଓ୍ୱାନୀ ଏବଂ ତାଙ୍କ ଘର ଛତିଶଗଡ଼ ଅଞ୍ଚଳରେ ବୋଲି ଜଣାପଡ଼ିଛି । ସେ ନାଇଜରରେ ଫିଜିକ୍ସ ବିଭାଗରେ ପିଏଚଡି କରୁଥିଲେ । ଆଜି ସକାଳ ପ୍ରାୟ ସାଢ଼େ ଆଠଟା ସମୟରେ ଏହି ଅଘଟଣ ଘଟିଥିବା ଜଣାଯାଇଛି।ମୃତ ଛାତ୍ରୀଙ୍କର ଏକ ଡାଏରୀ ଜବତ କରିଛି ଜଟଣୀ ପୋଲିସ I ତେବେ ଛାତ୍ରୀ ଜଣଙ୍କର ମାନସିକ ଚାପ ରେ ରହି ଆତ୍ମହତ୍ୟା କରିଥିବା ପୁଲିସ ସନ୍ଦେହ କରୁଛି । ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତଦନ୍ତ ପରେ ଘଟଣାର ସତ୍ୟାସତ ଜଣାପଡ଼ିବ ବୋଲି ମୃତ ଛାତ୍ରୀଙ୍କ ପରିବାର ଲୋକଙ୍କୁ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।