ନିଲାମ ହେଲା ନିରଜଙ୍କ ଜାଭେଲିନ୍ :୧ କୋଟି ୫୦ ହଜାର

ସବୁଠୁ ଅଧିକ ଟଙ୍କାରେ ନିଲାମ ହୋଇଛି ନିରଜ ଚୋପ୍ରାଙ୍କ ବହୁଚର୍ଚ୍ଚିତ ଜାଭେଲିନ୍। ଟୋକିଓ ଅଲିମ୍ପିକ୍ସ ଏବଂ ପାରାଲିମ୍ପିକ୍ସରେ ଭାଗ ନେଇଥିବା ଭାରତୀୟ ଖେଳାଳୀମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଯେଉଁ ଉପହାର ଦେଇଥିଲେ ଆଜି ଶେଷ ହୋଉଛି ସେସବୁର ନିଲାମ୍।
ଟେକିଓରୁ ଫେରିବା ପରେ ପ୍ରଧାନମନ୍ତ୍ରୀଙ୍କୁ ନିଜ ନିଜର ଖେଳ ସାମଗ୍ରୀ ଉପହାର ସ୍ବରୂପ ପ୍ରଦାନ କରିଥିଲେ ଅନେକ ଖେଳାଳୀ। ସେସବୁକୁ ଇ-ନିଲାମ କରାଯିବ ବୋଲି ଘୋଷଣା କରା ଯାଇଥିଲା ଏବଂ କିଛି ଦିନ ତଳେ ଆରମ୍ଭ ହୋଇଥିଲା ନିଲାମ୍। ଏଥିରେ ପ୍ରଧାନମନ୍ତ୍ରୀଙ୍କୁ ବିଭିନ୍ନ ସମୟରେ ମିଳିଥିବା ଅନ୍ୟାନ୍ୟ ଧାର୍ମିକ ଏବଂ ଐତିହାସିକ ସାଗମ୍ରୀକୁ ମଧ୍ୟ ସାମିଲ କରା ଯାଇଥିଲା।
ନିଲାମ ପ୍ରକ୍ରିୟାରେ ଭାଗ ନେଇଥିବା ଲୋକଙ୍କ ମଧ୍ୟରେ ବିଭିନ୍ନ ଐତିହାସିକ ଏବଂ ଧାର୍ମିକ ବିଶେଷତ୍ବ ଥିବା ସାମଗ୍ରୀ ପ୍ରତି ଅଧିକ ଆକର୍ଷଣ ସୃଷ୍ଟି ହୋଇଥିଲେ ମଧ୍ୟ ଅଲିମ୍ପିଆନ୍ସ ମାନଙ୍କ ଦ୍ବାରା ବ୍ୟବହୃତ ଖେଳ ସାମଗ୍ରୀ ଅଧିକ ଦାମରେ ନିଲାମ ଡକା ଯାଇଥିବା ଜଣାପଡ଼ିଛି । ସେଥିମଧ୍ୟରେ ସବୁଠୁ ଅଧିକ ଦାମରେ ବିକ୍ରି ହୋଇଛି ସ୍ବର୍ଣ୍ଣପଦକ ବିଜେତା ନୀରଜ ଚୋପ୍ରାଙ୍କ ଦ୍ବାରା ଟୋକିଓରେ ବ୍ୟବହୃତ ଜାଭେଲିନ୍।
ଏହାର ଦାମ୍ ୧ କୋଟି ରଖା ଯାଇଥିବା ବେଳେ ଏହା ୧ କୋଟି ୫୦ ହଜାରରେ ବିକ୍ରି ହୋଇଥିବା ଜଣାପଡ଼ିଛି। ସେହିପରି ପାରା ଅଲିମ୍ପିକ୍ସ ସ୍ବର୍ଣ୍ଣପଦକ ବିଜେତା ସୁମିତ ଅଣ୍ଟିଲଙ୍କ ଜାଭେଲିନ୍ ୧ କୋଟି ୨୦ ହଜାର ଟଙ୍କାରେ ବିକ୍ରି ହୋଇଛି। ଏପରିକି ଏକ ବ୍ୟାଡମିଣ୍ଟନ ରାକେଟ୍ ମଧ୍ୟ ୮୦ ଲକ୍ଷରୁ ଅଧିକ ଟଙ୍କାରେ ନିଲାମ ହୋଇପାରିଛି । ଗତ ସେପ୍ଟମ୍ବର ୧୭ ରେ ଆରମ୍ଭ ହୋଇଥିଲା ନିଲାମ୍ ଯାହା ଆଜି ସନ୍ଧ୍ୟା ୫ ଟାରେ ଶେଷ ହୋଇଛି। ୧ ହଜାର ୩ ଶହ ୪୮ ଟି ସମାଗ୍ରୀ ମଧ୍ୟରୁ ୧ ହଜାର ୮୩ ଟି ବିଭିନ୍ନ ସାମଗ୍ରୀର ନିଲାମ ହୋଇ ସାରିଥିବା ଜଣାପଡ଼ିଛି।

Comments (0)
Add Comment