ଡାଇମଣ୍ଡ ଲିପ ଫାଇନାଲରେ ରୌପ୍ୟ ଆଣିଲେ ନିରଜ

ନୂଆଦିଲ୍ଲୀ:ଭାରତର ଷ୍ଟାର ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା ଡାଇମଣ୍ଡ ଲିପ ଫାଇନାଲରେ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛନ୍ତି । ଗତ ସଂସ୍କରଣରେ ସେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ଆମେରିକାରର ୟୁଜିନରେ ଖେଳାଯାଇଥିବା ଫାଇନାଲରେ ନୀରଜଙ୍କ ଶ୍ରେଷ୍ଠ ପ୍ରଦର୍ଶନ ୮୩.୮୦ ମିଟର ରହିଥିଲା । ଚେକ ରିପବ୍ଲିକର ଜ୍ୟାକବ ବାଦଲେଚ ୮୪.୨୪ ମିଟର ଦୂରତାକୁ ଜାଭେଲିନ ଫିଙ୍ଗି ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଫିନଲାଣ୍ଡର ଓଲିଭର ହେଲାଣ୍ଡ(୮୩.୭୪) ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ୨୫ ବର୍ଷୀୟ ନୀରଜ ସୁଇଜରଲାଣ୍ଡର ଜ୍ୟୁରିକରେ ୮୫.୭୧ ମିଟର ଦୂରତାକୁ ଥ୍ରୋ କରି ଫାଇନାଲ ପାଇଁ କ୍ୱାଲିଫାଇ କରିଥିଲେ ।

ନୀରଜ ପ୍ରଥମ ଭାରତୀୟ ଆଥଲେଟ ଭାବେ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ୧୯୦୦ରୁ ଭାରତୀୟ ଆଥଲେଟ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଆସୁଥିଲେ ମଧ୍ୟ ପଦକ ଜିତିବାରେ ସଫଳ ହୋଇ ନ ଥିଲେ । ସେହିପରି ଡାଇମଣ୍ଡ ଲିଗରେ ଆଥଲେଟିକ୍ସର ୧୬ଟି ବିଭାଗରେ ମୁକାବିଲା ହୋଇଥାଏ । ୧୩ଟି ଇଭେଂଟ ପରେ ଆଥଲେଟିକ୍ସ ପଂଏଟ ହିସାବ କରାଯାଇଥାଏ । ଶ୍ରେଷ୍ଠ ୧୦ଜଣଙ୍କୁ ଫାଇନାଲ ମୁକାବିଲା ପାଇଁ ଚୟନ କରାଯାଇଥାଏ ।