ନିମାପଡ଼ା ତହସିଲ୍‌ଦାର ଭିଜିଲାନ୍ସ ହାତରେ ଗିରଫ

ରାମ ନାମରେ କଳଙ୍କ ଲଗାଇଲେ ଦୁଇ ଭାଇ I ରାମଚନ୍ଦ୍ର ସହିତ ଭାଇ ଲକ୍ଷ୍ମଣ,ପରିବାର ଲୋକେ ଏହି ଅନୁସାରେ ନାମକରଣ କରିଥିଲେ କି ଶ୍ରୀରାମ ଙ୍କ ଆଦର୍ଶରେ ଅନୁପ୍ରାଣିତ ହେବେ ଦୁଇଭାଇ I କିନ୍ତୁ କାମରେ କରି ଦେଖେଇଲେ ରାବଣ ଠାରୁ ବି ନୀଚ୍ଚ । ଏ ଦୁଇ ଜଣ ହେଲେ ନିମାପଡ଼ା ତହସିଲଦାର ରାମଚନ୍ଦ୍ର ଜେନା। ତାଙ୍କ ଭାଇ ଲକ୍ଷ୍ମଣ ଜେନା I ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଛନ୍ତି ରାମଚନ୍ଦ୍ର ଜେନା ଓ ତାଙ୍କ ପ୍ରମୁଖ ସହଯୋଗୀ ସାନ ଭାଇ ଲକ୍ଷ୍ମଣଜେନା I ଭାଇ ଆଣୁଥିବା ଦୁର୍ନୀତି ଅର୍ଥକୁ ସଠିକ ଭାବରେ ସମ୍ଭାଳୁଥିଲା ସାନଭାଇ ଲକ୍ଷ୍ମଣ I
ସୂଚାନ ଅନୁସାରେ ନିମାପଡ଼ା ତହସିଲଦାର ରାମଚନ୍ଦ୍ର ଜେନା ବିପୁଳ ପରିମାଣର ଟଙ୍କା ଧରି ଆଜି ସକାଳେ କେଉଁଆଡ଼େ ଯାଉଥିଲେ। ଏ ସମ୍ପର୍କରେ ଖବର ପାଇ ଭିଜିଲାନ୍ସ ଟିମ୍‌ ତାଙ୍କୁ ନିମାପଡା ସରକାରୀ କ୍ୱାର୍ଟର୍ସ ପାଖରେ ଅଟକାଇ ଅଟକାଇଥିଲା। ପରେ ଯାଞ୍ଚ କଲା ବେଳେ ଗାଡ଼ିରୁ ନଗଦ ୪ ଲକ୍ଷ ୬୫ ହଜାର ଟଙ୍କା ମିଳିଥିଲା। ପରେ ଭିଜିଲାନ୍ସ ଟିମ୍‌ ରାମଚନ୍ଦ୍ରଙ୍କ ଘରେ ଚଢ଼ଉ କରିଥିଲା। ସେଠାରୁ ୫୦ ହଜାର ଟଙ୍କା ମିଳିଥିଲା। ଏସବୁ ଟଙ୍କାକୁ ଭାଇ ହାତରେ ପଠାଇବାକୁ ଯୋଜନା କରିଥିଲେ ରାମଚନ୍ଦ୍ର। କିନ୍ତୁ ତା’ ପୂର୍ବରୁ ଭିଜିଲାନ୍ସ ଜାଲରେ ଧରାପଡ଼ିଯାଇଥିଲା ।ଏହାବାଦ ନିମାପଡ଼ା ଅଫିସ, ବାସଭବନ, କଟକ ସିଡିଏ ଘର, କେନ୍ଦ୍ରାପଡା ଗରଦପୁର ବ୍ଳକ ଧାନମଣ୍ଡଳରେ ଥିବା ଘରେ ଚଢଉ କରିଛି ଭିଜିଲାନ୍ସ। ସେହିଭଳି ଲକ୍ଷ୍ମଣ ପର୍ଯ୍ୟୟ କ୍ରମେ ଭାଇ ଠାରୁ ପାଖାପାଖି ୩୦ ଲକ୍ଷରୁ ଉର୍ଧ୍ଵ ଟଙ୍କା ଆଣି ବ୍ୟାଙ୍କରେ ଜମା କରିଥିବା ଭିଜିଲାନ୍ସ ଆଗରେ ମାନିଛି । ଏହାବାଦ ବାବୁ ରାମଚନ୍ଦ୍ର ନିଜ ର ୫ଟି ପାନକାର୍ଡ କରିଥିଲେ ଏବଂ ସବୁଥିରେ ନିଜ ବାପାଙ୍କ ନାଁକୁ ଜାଲିଆତି କରିଥିବା ଭିଜିଲାନ୍ସ ଜାଣିବାକୁ ପାଇଛି I ସେହିପରି ସାନଭାଇ ଲକ୍ଷ୍ମଣ ବେରୋଜଗାର ଥିଲେ ମଧ୍ୟ ତାଙ୍କ ଆକାଉଣ୍ଟରେ ରହିଛି ଲକ୍ଷ ଲକ୍ଷ ଟଙ୍କା I ଦୁଇ ଭାଇ ମିଶି ବାପା ମା ଦେଇଥିବା ନାଁ କୁ ଏଇଭଳି ଭାବରେ ସାର୍ଥକ କରିଛନ୍ତି I

Comments (0)
Add Comment