୨୪ ପାଇଁ ନୀତିଶ ମାଷ୍ଟର ପ୍ଲାନ !

୨୪ ପାଇଁ ନୀତିଶ ମାଷ୍ଟର ପ୍ଲାନ ! କଂଗ୍ରେସ ସହିତ ହାତ ମିଶାଇଲେ ନୀତିଶ! ବିରୋଧୀଙ୍କୁ ଏକଜୁଟ୍ କରିବାକୁ ରାହୁଲଙ୍କୁ ପରାମର୍ଶ ଦେଲେ ନୀତିଶ ! ୧୦୦ ଆସନରେ ବିଜେପିକୁ ରୋକିବାକୁ ପ୍ଲାନ କରୁଛନ୍ତି ନୀତିଶ ! ଆଗକୁ ୨୪ ନିର୍ବାଚନ ଥିବାବେଳେ ଏହାକୁ ମୁହଁ ଖୋଲିଲେ ନୀତିଶ । ସେ କହିଛନ୍ତି ଯେ, ଭାରତ ଯୋଡ ଯାତ୍ରା ପରେ କଂଗ୍ରେସ ସାମ୍ନାକୁ ଆସିବା ଆବଶ୍ୟକ । ବିରୋଧୀ ମାନଙ୍କୁ କଂଗ୍ରେସରେ ଏକାଠି କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।

ବିହାରର ରାଜଧାନୀ ପାଟନାରେ ସିପିଆଇର ରାଷ୍ଟ୍ରୀୟ କନଭେନସନରେ ଉପସ୍ଥିତ ରହି ନୀତିଶ କୁମାର ଏଭଳି ବୟାନ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ପଦକୁ ନେଇ ନୀତିଶ କହିଛନ୍ତି କି, ନେତୃତ୍ୱକୁ ନେଇ ମୋର କୌଣସି ବ୍ୟକ୍ତିଗତ ଇଚ୍ଛା ନାହିଁ । ମୁଁ କେବଳ ପରିବର୍ତ ଚାହୁଁଛି, ସମସ୍ତେ ମିଶି ଯାହା ନିଷ୍ପତ୍ତି କରିବେ ତାହା ହିଁ ହେବ । ଏହାସହ ଗଣମାଧ୍ୟମ ପ୍ରଶ୍ନର ଉତର ଦେଇ ବିହାର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏନେଇ ସେ ଅପେକ୍ଷା କରିଛନ୍ତି ଓ ଏହା ପୂର୍ବରୁ ଦିଲ୍ଲୀ ଯାଇ ରାହୁଲ ଓ ସୋନିଆଙ୍କ ସହ ଆଲୋଚନା କରିଛନ୍ତି । ଏହା ବ୍ୟତୀତ ସଲମାନ ଖୁର୍ସିଦଙ୍କ ମାଧ୍ୟମରେ କଂଗ୍ରେସ ନେତୃତ୍ୱଙ୍କୁ ପରାମର୍ଶ ଦେଇଛନ୍ତି କି, ଯଦି କଂଗ୍ରେସ ବିରୋଧୀମାନଙ୍କୁ ଏକାଠି କରିବାରେ ସମର୍ଥ ହେବ ତେବେ ବିଜେପି ୧୦୦ ଆସନରେ ଅଟକି ଯିବ ।

କେବଳ ନୀତିଶ କୁମାର ନୁହଁନ୍ତି ବିହାର ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ କହିଛନ୍ତି କି ବିଜେପିକୁ ପରାଜିତ କରିବାକୁ ହେଲେ ଆଞ୍ଚଳିକଦଳମାନଙ୍କୁ କଂଗ୍ରେସ ଡ୍ରାଇଭିଂ ସିଟ ଛାଡିବା ଦରକାର । ଏହାସହ ବିଜେପି ସହ ସିଧା ମୁକାବିଲା କଥା ଆସିବ ସେଠାରେ କଂଗ୍ରେସ ଲଢିବାର ଆବଶ୍ୟକତା ରହିଛି । ତେବେ ଆଗକୁ ଦେଖିବାକୁ ବାକି କେତେ କାମ ଦେଉଛି ନୀତିଶ ନୂଆ ପ୍ଲାନ ତାହା ଉପରେ ଏବେ ସମସ୍ତଙ୍କ ନଜର ।