ପହଲଗାମ ଆକ୍ରମଣ ସହିତ ଜଡିତ ଫଟୋ କିମ୍ବା ଭିଡିଓ ପଠାଇବାକୁ , NIAର ଅପିଲ

ପହଲଗାମ ଆତଙ୍କୀ ଆକ୍ରମଣ ପରେ ସମସ୍ତ ପର୍ଯ୍ୟଟକ, ପରିଦର୍ଶକ ଏବଂ ସ୍ଥାନୀୟ ଲୋକଙ୍କୁ ଆତଙ୍କବାଦୀ ଆକ୍ରମଣ ସମ୍ପର୍କିତ ସୂଚନା ପ୍ରଦାନ କରିବାକୁ ଜାତୀୟ ତଦନ୍ତ ସଂସ୍ଥା (NIA) ନିବେଦନ କରିଛି । ତଦନ୍ତକାରୀ ସଂସ୍ଥା ଆକ୍ରମଣର ବିଭିନ୍ନ ଦିଗକୁ ଦର୍ଶାଉଥିବା ବହୁ ସଂଖ୍ୟକ ଫଟୋ ଏବଂ ଭିଡିଓ ଜବତ କରିଛି । ସେଗୁଡିକର ଯାଞ୍ଚ କରୁଛି । ପର୍ଯ୍ୟଟକ ଏବଂ ଅନ୍ୟମାନେ ହୁଏତ ଅଜାଣତରେ କିଛି ଦେଖିଥିବେ, ଶୁଣିଥିବେ କିମ୍ବା ଫଟୋ କ୍ଲିକ୍ କରିଥିବେ ଯାହା ଜମ୍ମୁ ଏବଂ କଶ୍ମୀରରେ ପର୍ଯ୍ୟଟକଙ୍କ ଉପରେ ହୋଇଥିବା ଅଭୂତପୂର୍ବ ଆକ୍ରମଣ ପଛର ଷଡ଼ଯନ୍ତ୍ରର ପର୍ଦ୍ଦାଫାସ କରିବାରେ NIAକୁ ସାହାଯ୍ୟ କରିପାରିବ।ସମସ୍ତ ଲୋକଙ୍କୁ ଏଜେନ୍ସିକୁ ଫୋନ୍ କରି ସୂଚନା ଦେବାକୁ ଅନୁରୋଧ କରିଛି ଏନଆଇଏ । ଏହା ପରେ ଜଣେ ବରିଷ୍ଠ NIA ଅଧିକାରୀ କଲରଙ୍କ ସହିତ ଯୋଗାଯୋଗ କରିବେ ଏବଂ ଏଜେନ୍ସି ସହିତ ସେୟାର କରିବା ପାଇଁ ପ୍ରାସଙ୍ଗିକ ସୂଚନା କିମ୍ବା ଫଟୋ କିମ୍ବା ଭିଡିଓ ଇତ୍ୟାଦି ନେବେ । ତଦନ୍ତରୁ ଏନଆଇଏ ଜାଣିବାକୁ ପାଇଥିଲା କି, ପାକ୍-ପ୍ରାୟୋଜିତ ଆତଙ୍କବାଦୀମାନଙ୍କୁ ଆକ୍ରମଣରେ ସ୍ଥାନୀୟ ଓଭରଗ୍ରାଉଣ୍ଡ କର୍ମୀ (OGW) ସହାୟତା କରିଥିଲେ । ଏହି ବ୍ୟକ୍ତି କେବଳ ଆତଙ୍କବାଦୀଙ୍କ ସହିତ ପର୍ଯ୍ୟଟକଙ୍କ ସ୍ଥାନ ସେୟାର କରିନଥିଲେ ବରଂ ଆକ୍ରମଣ ପରେ ସେମାନଙ୍କୁ ଖସିଯିବାରେ ମଧ୍ୟ ସାହାଯ୍ୟ କରିଥିଲେ ।