ଭୁବନେଶ୍ୱର:ସୌମ୍ୟରଞ୍ଜନ ହତ୍ୟାକାଣ୍ଡ ମାମଲାର ତଦନ୍ତ ପାଇଁ ଭୁବନେଶ୍ଵରରେ ପହଞ୍ଚିଲେ NHRC ଟିମ୍ । ଦୁଇ ଜଣିଆ NHRC ଟି ଅଛନ୍ତି ରାଜେନ୍ଦ୍ର ସିଂ ଓ ଅବିନାଶ କୁମାର । ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ଏହି ଟିମ୍ ଭୁବନେଶ୍ବରରେ ରହି ଘଟଣାର ତଦନ୍ତ କରିବେ । NHRC ଟିମ୍ ପୋଲିସ କମିସନର ଓ ଭୁବନେଶ୍ବର DCPଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଏହା ସହିତ ସୌମ୍ୟଙ୍କ ସାଙ୍ଗ, ବାପା-ମାଆ ଓ ମାମୁଙ୍କୁ ପଚରା ଉଚରା କରିବେ ।ବର୍ତ୍ତମାନ ସୁଦ୍ଧା କେଶର ଷ୍ଟାଟସ ସମ୍ପର୍କରେ କ୍ରାଇମବ୍ରାଞ୍ଚ ତଦନ୍ତ ଅଧିକାରୀଙ୍କ ନିକଟରୁ ତଥ୍ୟ ସଂଗ୍ରହ କରିବେ । ଏହି ଘଟଣାରେ ଜିଆରପି ଏସ୍ପିଙ୍କ ସମେତ ଏଡିଜି ଦୟାଲ ଗଙ୍ଗୱାରଙ୍କୁ ନୋଟିସ ହୋଇଛି । ସେମାନଙ୍କ ସହିତ ଘଟଣାରେ କେହି କିଛି ତଥ୍ୟ ଦେବାକୁ ଚାହିଁଲେ ଆଫିଡେଭିଟ୍ ମାଧ୍ୟମରେ NHRC ନିକଟରେ ଦେଇପାରିବେ ।