ନୂଆ ବର୍ଷ ଗାଇଡ଼ ଲାଇନ : ବଡ଼ଦିନ,ବଣ ଭୋଜି,ଜିରୋ ନାଇଟ ସେଲିବ୍ରେସନ ମନା

ରାଜ୍ୟରେ କରୋନା ସଂକ୍ରମଣ ତଥା ନୂଆ କରି ମୁଣ୍ଡ ଟେକିଥିବା ଓମିକ୍ରନ ସଂକ୍ରମଣ କୁ ଦୃଷ୍ଟିରେ ରଖି ବଡ଼ଦିନ ଓ ନୂଆବର୍ଷ ପାଇଁ ରାଜ୍ୟ ସରକାର ଗାଇଡଲାଇନ ଜାରି କରିଛନ୍ତି । ଡିସେମ୍ବର ୨୫ରୁ ଜାନୁଆରୀ ୨ ଅର୍ଥାତ ୯ ଦିନ ଯାଏଁ ଏହି ଗାଇଡଲାଇନ ବଳବତ୍ତର ରହିବ I ସେହିଭଳି ଆସନ୍ତା କାଲିଠାରୁ ଜାନୁଆରୀ ୨ ତାରିଖ ମଧ୍ୟରେ ସମସ୍ତ ପ୍ରକାର ରାଲି, ନାଚ, ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ସମ୍ପୂର୍ଣ୍ଣ ମନା କରାଯାଇଛି । ତେଣୁ ପୂର୍ବ ବର୍ଷ ଭଳି ଏବର୍ଷ ମଧ୍ୟ ଫିକା ପଡିବ ନୂଆ ବର୍ଷ । ଡିସେମ୍ବର ୩୧ ରାତିରେ ପାଳନ କରାଯାଉଥିବା ଜିରୋ ନାଇଟ ସେଲିବ୍ରେସନକୁ ମନା କରିଛନ୍ତି ରାଜ୍ୟ ସରକାର । ହୋଟେଲ, କ୍ଲବ, ପାର୍କ, କନଭେନନ ହଲ, କଲ୍ୟାଣ ମଣ୍ଡପ ଓ ରେଷ୍ଟୁରାଣ୍ଟରେ ନୂଆବର୍ଷ ପାଳନ କରାଯାଇପାରିବ ନାହିଁ ।
ଏହି ସମୟ ଭିତରେ ବାହାଘର ହୋଇପାରିବ ହେଲେ ଭୋଜିଭାତ କରାଯାଇପାରିବ ନାହିଁ । କୋଭିଡ କଟକଣା ଭିତରେ ଅନ୍ତ୍ୟେଷ୍ଟି କ୍ରିୟା କରାଯାଇପାରିବ । ଭିଡ ସମାବେଶ ଉପରେ କଟକଣା ଲାଗୁ ରହିବା ସାଙ୍ଗକୁ ବଣ ଭୋଜି ଉପରେ ମଧ୍ୟ ଉପରେ କଟକଣା ଜାରି କରାଯାଇଛି ।

Comments (0)
Add Comment