ଓଡ଼ିଶାରେ ଚିହ୍ନଟ ହେଲା କୋଭିଡର ନୂଆ ଭାରିଏଣ୍ଟ BF-7

ଭୁବନେଶ୍ବର: ପୁଣି ଲେଉଟିଲା କରୋନା I ଓଡ଼ିଶାରେ ଓମିକ୍ରନର ସବ୍ ଭାରିଆଣ୍ଟ BF.7 ଚିହ୍ନଟ ହୋଇଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଓଡ଼ିଶାରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗୁଜରାଟରେ ୨ ଜଣ ଚିହ୍ନଟ ହୋଇଛନ୍ତି।

ଗଣମାଧ୍ୟମ ରିପୋର୍ଟ ଅନୁସାରେ ଓଡ଼ିଶାରେ ଏହି ଭାରିଆଣ୍ଟ ଗତ ଅକ୍ଟୋବରରେ ଠାବ ହୋଇଥିଲା ବର୍ତମାନ ସୁଦ୍ଧା ଭାରତରେ ମୋଟ BF.7ରେ ୩ଜଣ ଆକ୍ରନ୍ତ ଠାବ ହୋଇଛନ୍ତି। ୩ ଜଣଙ୍କ ମଧ୍ଯରୁ ୨ଜଣ ଗୁଜୁରାଟର ଓ ଜଣେ ଓଡିଶାର ରହିଥିବା ଜଣାପଡ଼ିଛି। ଗୁଜୁରାଟର ବାୟୋଟେକ୍ନୋଲୋଜି ରିସର୍ଚ୍ଚ ସେଣ୍ଟରରୁ ଜଣାପଡ଼ିଛି। ଏବେ ଚୀନରେ ଆତଙ୍କ ଖେଳାଇଛି ଏହି BF.7 ସବ ଭାରିଆଣ୍ଟ। ଭାରିଆଣ୍ଟ ଚିହ୍ନଟ ନେଇ ଜାତୀୟ ଗଣମାଧ୍ଯମରେ ସୂଚନା।

ବିଦେଶରେ କୋଭିଡ ସଂକ୍ରମଣ ବୃଦ୍ଧି ପରେ ଭାରତ ତତ୍ପରତା ଦେଖାଇଛି। ବିମାନ ବନ୍ଦରରେ ଅନ୍ତର୍ଜାତୀୟ ଯାତ୍ରୀଙ୍କର ସାମ୍ପଲ ଟେଷ୍ଟ ଆରମ୍ଭ କରିଛି । ଆଜିଠାରୁ ସାମ୍ପଲ ଟେଷ୍ଟ ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏ ସଂକ୍ରାନ୍ତରେ ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟଙ୍କ ଅଧ୍ୟକ୍ଷତାରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ। ବୈଠକ ପରେ ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ କହିଛନ୍ତି, କୋଭିଡ୍‌ ଯାଇନି। ଆଲର୍ଟ ରହିବାକୁ ପଡ଼ିବ। ସର୍ଭେଲାନ୍ସ ସୁଦୃଢ଼ ସହ ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବାକୁ ପଡ଼ିବ। କୋଭିଡ୍‌ ଟିକା ନେଇଯିବାକୁ ଲୋକଙ୍କୁ ଅପିଲ୍‌ କଲେ ମାଣ୍ଡଭୀୟ।