ଶୁଭଶ୍ରୀ ମହାପାତ୍ର ହତ୍ୟାକାଣ୍ଡ ମାମଲାରେ ପୋଲିସ ର ନୂଆ ଖୁଲାସା , ସନ୍ଦେହରେ ଯୁବକ ଅଟକ

ଭୁବନେଶ୍ୱର : ଶାସ୍ତ୍ରୀନଗରରେ ମହିଳାଙ୍କ ଗଳା କାଟି ହତ୍ୟା ମାମଲାରେ ପୋଲିସ୍ ହାତରେ ଲାଗିଛି ସୁରାକ I ମାମଲାରେ ସମ୍ପୃକ୍ତି ଅଭିଯୋର ଜଣେ ଯୁବକକୁ ଅଟକ ରଖିଛି ଖାରବେଳନଗର ଥାନା ପୋଲିସ୍ I ମୃତ୍ୟୁ ଦିନ ସଂଧ୍ୟା ସାଢେ ୬ଟାରୁ ୬ଟା ୪୯ ଭିତରେ ୭ ଥର କଲ କରିଥିଲେ ଶୁଭଶ୍ରୀ । ଶେଷଥର ପାଇଁ ୨୭ ସେକେଣ୍ଡ ପାଇଁ କଥା ହେଇଥିଲେ ଶୁଭଶ୍ରୀ । ଏହାପରେ ସନ୍ଦେହଜନକ ଭାବରେ ଶୁଭଶ୍ରୀଙ୍କ ମୃତ୍ୟୁ ଘଟିଥିଲା I ତେବେ ହତ୍ୟାକାଣ୍ଡ ପୂର୍ଵରୁ କାହିଁକି ବାରମ୍ବାର କଲ କରିଥିଲେ ଶୁଭଶ୍ରୀ? ତାକୁନେଇ ଖୋଳତାଡ଼ କରୁଛି ପୁଲିସ।

ଭୁବନେଶ୍ୱର ଡିସିପି, ଏସିପି ଓ ଆଇଆଇସି ମିଶି ଯୁବକଙ୍କୁ ମାରାଥନ ଜେରା କରିଥିଲେ । ଏହାପରେ ଯୁବକଙ୍କୁ ଅଟକ ରଖାଯାଇଛି I

ସୂଚନାନୁସାରେ ଗତ ମଙ୍ଗଳବାର ଦିନ ଖାରବେଳନଗର ଥାନା ଶାସ୍ତ୍ରୀନଗରରେ ସନ୍ଧ୍ୟା ବେଳେ ଶୁଭଶ୍ରୀ ମହାପାତ୍ର(୨୫) ଙ୍କୁ ହତ୍ୟା କରାଯାଇଥିଲା । ଶୁଭଶ୍ରୀ ଘରେ ଏକାକୀ ଥିବା ବେଳେ କେହି ଦୁର୍ବୃତ୍ତ ଘରେ ପଶି ରଶିରେ ବେକକୁ ଚାପି ତାଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି। ସେହି ସମୟ ରେ ତାଙ୍କ ସ୍ୱାମୀ ଅନନ୍ତ ନାରାୟଣ ନାଥ ବିମାନ ବନ୍ଦରରେ ଥିଲେ I ଶୁଭଶ୍ରୀ ତାଙ୍କର ୪ ବର୍ଷର ପୁଅ କୁ ପାଖ ଘରରେ ଟ୍ୟୁସନ ହେବାକୁ ଛାଡି ଆସିଥିଲେ I

ଶୁଭଶ୍ରୀଙ୍କୁ କେହି ଦୁର୍ବୃତ୍ତ ହତ୍ୟା କରିଥିବା ପଛରେ ବଡ଼ଧରଣର ରହସ୍ୟ ଛପି ରହିଛି ବୋଲି ସ୍ପଷ୍ଟ ହୋଇଛି। ଘର ଭିତରେ ଲୁଟ୍ପାଟ୍ର କୌଣସି ଚିହ୍ନବର୍ଣ୍ଣ ନଥିବାରୁ ହତ୍ୟାକାରୀ ସୁଚିନ୍ତିତ ଉପାୟରେ ଶୁଭଶ୍ରୀଙ୍କୁ ହତ୍ୟା କରି ଫେରାର୍ ହୋଇଯାଇଛି। ଦୁର୍ବୃତ୍ତକୁ ଠାବ କରିବାକୁ ପୁଲିସ ସ୍ଥାନୀୟ ଅଞ୍ଚଳର ସିସିଟିଭି ଯାଞ୍ଚ କରୁଛି। ପୁଲିସ ଶୁଭଶ୍ରୀଙ୍କ ସ୍ବାମୀ ଅନନ୍ତଙ୍କ ସହ ତାଙ୍କ ମା’ ସନ୍ଧ୍ୟାରାଣୀ ମହାପାତ୍ର, ବାପା ପ୍ରଫୁଲ୍ଲ ମହାପାତ୍ର, ମାମୁ ଧୀରେନ୍ ମହାପାତ୍ର ଓ ମାଇଁଙ୍କୁ ପଚରାଉଚରା କରିଛି। ଏଥିସହିତ ପୁଲିସ ପରିବାରର ୪ଟି ମୋବାଇଲ୍ ଫୋନ୍ ଜବତ କରି କଲ୍ ରେକର୍ଡ ଯାଞ୍ଚ ଚଳାଇଛି ଓ ସ୍ବାମୀ ଅନନ୍ତଙ୍କ ଅଭିଯୋଗ ଆଧାରରେ ଏକ ହତ୍ୟା ମାମଲା ରୁଜୁକରିଛି।