ସେପ୍ଟେମ୍ବର ମାସ ପାଇଁ ନୂଆ ଗାଇଡ଼ ଲାଇନ ଗାଇଡ୍‌ଲାଇନ୍‌ :୩ ଜିଲ୍ଲା ରୁ ହଟିଲା ସପ୍ତାହାନ୍ତ ଶଟଡାଉନ

ରାଜ୍ୟରେ ଦ୍ଵିତୀୟ ଲହର କରୋନା ପ୍ରାଦୁର୍ଭାବ ପାଖାପାଖି ୧୦୦ ତଳକୁ ଖସି ଆସିଥିବା ବେଳେ, ଏବେ ପୁଣି ତୃତୀୟ ଲହର କରୋନା କୁ ନେଇ ଲୋକେ ଭୟଭୀତ ହେଲେଣି ଏହି ପରିପ୍ରେକ୍ଷୀ ଦୀର୍ଘ ୪ମାସ ଧରି ଜାରି ରହିଥିବା ସାପ୍ତାହିକ ଶଟଡାଉନକୁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାହାର କରିନେଇଛନ୍ତି। ତେଣୁ ଜୀବନ  ଜୀବିକାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କରୋନା ଗାଇଡ୍‌ଲାଇନ୍‌ରେ କୋହଳ କରିଛନ୍ତି। ନୂତନ ଗାଇଡ୍‌ଲାଇନ୍ ଅକ୍ଟୋବର ୧ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏଥିସହ ରାଜ୍ୟର ତିନି ଜିଲ୍ଲା କଟକ, ଖୋର୍ଦ୍ଧା ଓ ପୁରୀରୁ ସଟଡାଉନ୍‌ ପ୍ରତ୍ୟାହାର କରାଯାଇଛି। ଯେଉଁ ଜିଲ୍ଲା ଗୁଡିକ ରେ କରୋନା କମି ଯାଇଥିଲା, ଜୁଲାଇ ମାସ ରୁ ସେହି ଜିଲ୍ଲା ମାନଙ୍କରେ ସାପ୍ତାହିକ ଶଟଡାଉନକୁ ପ୍ରତ୍ୟାହାର କରି ନିଆଯାଇଥିଲା ଇ ବର୍ତ୍ତମାନ ସେପ୍ଟେମ୍ବର ମାସ ପାଇଁ ରାଜ୍ୟ ସରକାର ଆଜି କୋଭିଡ୍ ଗାଇଡଲାଇନ ଜାରି କରିଛନ୍ତି। ସଂଶୋଧିତ ଗାଇଡଲାଇନ ଅନୁସାରେ, ବିବାହ ଓ ବ୍ରତଘରରେ ସର୍ବାଧିକ ୨୫୦ଜଣ ଏବଂ ବର ବରଯାତ୍ରୀ ଶୋଭାଯାତ୍ରାରେ ସର୍ବାଧିକ ୫୦ଜଣ ଲୋକ ବ୍ୟାଣ୍ଡ-ବାଜା ବଜାଇ ଯାଇପାରିବେ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ସୂଚନା ଦେଇଛନ୍ତି।
ସେପ୍ଟେମ୍ବର ମାସ ପାଇଁ କୋଭିଡ୍ ଗାଇଡଲାଇନ ଜାରି କରି ଶ୍ରୀ ଜେନା କହିଛନ୍ତି ଯେ, ରାତ୍ରିକାଳୀନ କର୍ଫ୍ୟୁ ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ବଳବତ୍ତର ରହିବ। ତେବେ ଏହି ଅବଧି ମଧ୍ୟରେ ସମସ୍ତ ଅତ୍ୟାବଶ୍ୟକ ସେବା ଜାରି ରହିପାରିବ।

ସକାଳ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସମୟରେ ବ୍ୟବସାୟ, ବାଣିଜ୍ୟ ଓ ଅନ୍ୟାନ୍ୟ ସମସ୍ତ ଗତିବିଧି ସ୍ୱାଭାବିକ ଭାବେ ଚାଲିପାରିବ । ମାତ୍ର କୋଭିଡ୍ ନିୟମକୁ ସମସ୍ତେ ପାଳନ କରିବା ବାଧ୍ୟତାମୂଳକ ହେବ। ମଲ, ସିନେମା ହଲ ଖୋଲା ରହିବ । ସମସ୍ତ ରାଜନୀତିକ, ସାମାଜିକ, ସାଂସ୍କୃତିକ ଓ ଧାର୍ମିକ ଆଦି କାର୍ଯ୍ୟକ୍ରମ ଉପରେ ପୂର୍ବବତ କଟକଣା ବଳବତ୍ତର ରହିବ। ପ୍ରେକ୍ଷାଳୟ, ସମ୍ମିଳନୀ କକ୍ଷ ଗୁଡ଼ିକରେ କେବଳ ସରକାରୀ କାର୍ଯ୍ୟକ୍ରମ ହୋଇପାରିବ। ସମ୍ପୃକ୍ତ ସମ୍ମିଳନୀ କକ୍ଷର ସିଟ୍ କ୍ଷମତା ଅନୁସାରେ ଲୋକେ ସାମିଲ ହୋଇପାରିବେ ଓ ସମସ୍ତଙ୍କୁ କୋଭିଡ୍ ନିୟମ ମାନିବାକୁ ପଡ଼ିବ। ଏସବୁ ପ୍ରେକ୍ଷାଳୟ ଓ ସମ୍ମିଳନୀ କକ୍ଷରେ ରାଜନୀତିକ, ସାମାଜିକ, ସାଂସ୍କୃତିକ ଓ ଧାର୍ମିକ ସଭାସମିତି ପାଇଁ ଅନୁମତି ଦିଆଯିବ ନାହିଁ।
ବିବାହ ଓ ଅନ୍ତ୍ୟେଷ୍ଟି ଉପରେ ରହିଥିବା କଟକଣାକୁ ରାଜ୍ୟ ସରକାର କୋହଳ କରିଛନ୍ତି । ବିବାହ, ବ୍ରତ ଓ ଅନ୍ତେଷ୍ଟି, ଶୁଦ୍ଧି କ୍ରିୟା ଆଦିରେ ଅତିଥି, ବରପକ୍ଷ, କନ୍ୟାପକ୍ଷ ଆଦି ସମସ୍ତଙ୍କୁ ମୋଟ ୨୫୦ଜଣ ସାମିଲ ହେବାକୁ ଅନୁମତି ଦିଆଯାଇଛି। ସେହିଭଳି ବିବାହ ଉତ୍ସବରେ ବର ଶୋଭାଯାତ୍ରାରେ ଯାଇପାରିବ। ବ୍ୟାଣ୍ଡ-ବାଜା ସହ ବର ସହ ସର୍ବାଧିକ ୫୦ଜଣ ଲୋକ ରୋଷଣୀ କରି ଯାଇପାରିବେ । କୋଭିଡ୍ ନିୟମ ମାନି ସମସ୍ତେ ମାସ୍କ ପିନ୍ଧିବା ମଧ୍ୟ ଜରୁରୀ। ଯଦି କେହି ଏହି ନିୟମକୁ ଉଲ୍ଲଘଂନ କରିବେ ତାହା ଧର୍ତ୍ତବ୍ୟ ଅପରାଧ ଭାବେ ବିବେଚନା କରାଯିବ। ସେପ୍ଟେମ୍ବର ମାସରେ ଠାରୁ ପାର୍ବଣ ଋତୁ ଆରମ୍ଭ ହେଉଥିବାରୁ ସମସ୍ତ ପୂଜାପାର୍ବଣ ଗତ ଅଗଷ୍ଟ ୯ ତାରିଖରେ ଜାରି ହୋଇଥିବା ଗାଇଡଲାଇନ ଅନୁସାରେ ପାଳନ କରାଯିବ। ତେବେ ଆବଶ୍ୟକ ସ୍ଥଳେ ଜିଲ୍ଲାପ୍ରଶାସନ, ଓ ମହାନଗର ନିଗମ କମିଶନ, ପୁଲିସ ନିଜ କ୍ଷମତା ପରିସର ଅନୁଯାୟୀ କଟକଣା ଜାରି କରିପାରିବେ I

Comments (0)
Add Comment