MSP ପାଇଁ ଗଠନ ହେବ ନୂତନ କମିଟି :ପ୍ରଧାନମନ୍ତ୍ରୀ

ତିନିଟି ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ଘୋଷଣା ପରେ ଏମଏସପି ପାଇଁ ନୂତନ କମିଟି ଗଠନ କରାଯିବ ବୋଲି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି । ନେଇ ସେ କହିଛନ୍ତି । ଏମଏସପିକୁ ଅଧିକ ପ୍ରଭାବୀ ଓ ପାରଦର୍ଶୀ କରିବା ପାଇଁ ଗଠନ ହେବ ନୂତନ କମିଟି । ଆଜି ସକାଳ ୯ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବା ସମୟରେ ଏହି ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ । କମିଟିରେ କେନ୍ଦ୍ର ସରକାର, ରାଜ୍ୟ ସରକାରଙ୍କ ପ୍ରତିନିଧି ରହିବେ । କମିଟିରେ ଚାଷୀ, କୃଷି ବୈଜ୍ଞାନିକ, କୃଷି ଅର୍ଥନୀତିଜ୍ଞ ମାନେ ରହିବେ । ଚାଷୀଙ୍କ ହିତରେ ଆମ ସରକାର କାମ କରୁଛି ଓ ଆଗକୁ କରିବ ବୋଲି ମୋଦୀ କହିଛନ୍ତି । ଏପରି କରିବା ଦ୍ୱାରା ଏମଏସପି ଆହୁରି ପ୍ରଭାବୀ ଓ ସ୍ୱଚ୍ଛ ହେବ ।

Comments (0)
Add Comment