ଭୋଟରଙ୍କୁ ଆକୃଷ୍ଟ କରିବାକୁ ନୂଆ ପ୍ରୟାସ, ଆଦିବାସୀଙ୍କ ସହ ମିଶି ନାଚିଲେ ବିଜେଡି ମେୟର ପ୍ରାର୍ଥୀ

ପୌର ନିର୍ବାଚନ କୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଛି I ରାଜଧାନୀ ଭୁବନେଶ୍ୱର ରେ ମଧ୍ୟ ପ୍ରଚାର ଜୋର ଧରିଲାଣି I ମେୟର ଆସନ କୁ ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଥିବାରୁ ଏ ବର୍ଷ ରାଜଧାନୀ ଦେଖିବ ନୂଆ ମହିଳା ମେୟର I ତେଣୁ ଭୋଟର ମାନଙ୍କ ମନ ଜିଣିବାକୁ ଅଭିନବ ପ୍ରୟାସ ରେ ଲାଗିପଡିଛନ୍ତି ୩ ମହିଳା ମେୟର ପ୍ରାର୍ଥୀ I ଆଉ ପାଦେ ଆଗକୁ ଯାଇଛନ୍ତି ବେଜେଡି ର ମେୟର ପ୍ରାର୍ଥୀ ଶ୍ରୀମତୀ ସୁଲୋଚନା ଦାସ I ପ୍ରତିଦିନ ସକାଳେ ପାର୍କ ଗୁଡିକୁ ବୁଲି ବୁଲି ପ୍ରାତଃ ଭ୍ରମଣରେ ଯାଇଥିବା ଲୋକଙ୍କ ସହିତ ମିଶି ଭଲ ମନ୍ଦ ପଚାରି ବୁଝୁଛନ୍ତି I ତେବେ ଆଜି ଆଦିବାସୀଙ୍କ ବାହାବଙ୍ଗା ପର୍ବ ପାଳନ ଅବସରରେ ଆଦିବାସୀ ଙ୍କ ସହିତ ମିଶି ବାଦ୍ୟର ତାଳେ ତାଳେ ସୁଲୋଚନା ଦାସ ନାଚିଥିବା ଦେଖାଯାଇଛି I ସେ ଉତ୍ତର ଭୁବନେଶ୍ୱରର ବିଭିନ୍ନ ଅଂଚଳ ବୁଲି ଆଦିବାସୀ ଭାଇ ମାନଙ୍କ ସହିତ ମିଶି ପର୍ବ ଉପଭୋଗ କରିଥିଲେ ସୁଲୋଚନା ଙ୍କ ସହିତ ବିଧାୟକ ସୁଶାନ୍ତ ରାଉତ ମଧ୍ୟ ପାରମ୍ପରିକ ପୋଷାକ ପିନ୍ଧି ନୃତ୍ୟ ପରିବେଷଣ କରିଥିଲ ।
ରାଜଧାନୀ ର ୱାର୍ଡ ନମ୍ବର ୧୪ ସମେତ ବିଭିନ୍ନ ଅଂଚଳରେ ଆଦିବାସୀ ସମ୍ପ୍ରଦାୟ ବସବାସ କରୁଛନ୍ତି I ତେଣୁ ଆଜି ବିଜେଡି ପ୍ରାର୍ଥୀ ମାନେ ଏହି ସବୁ ଅଂଚଳରେ ପ୍ରଚାର କରିଛନ୍ତି । ବିଜେଡିର ଶତାଧିକ କର୍ମୀ ଏକାଠି ହୋଇଥିବାରୁ ଏକ ଭିନ୍ନ ପରିବେଶ ସୃଷ୍ଟି ହୋଇଥିଲା । ଏହା ପୂର୍ବରୁ ୨୨ ନମ୍ବର ୱାର୍ଡ ଅନ୍ତର୍ଗତ ପାଇକରାପୁର ଅଂଚଳରେ ବିଜେଡି ପ୍ରାର୍ଥୀ ପଦଯାତ୍ରା କରି ଭୋଟ ଭିକ୍ଷା କରିଥିଲେ ।