ଚିକିତ୍ସାଳୟରେ ନେଲେନି ବିଜୁ ସ୍ୱାସ୍ଥ୍ୟ କାର୍ଡ : ଚିକିତ୍ସା ନ ପାଇଁ ଆଖି ବୁଜିଲେ ଉପଭୋକ୍ତା

ର୍ବପ୍ରଥମେ ମାଲକାନଗିରି ର ବଣ୍ଡା ଘାଟିର ମହିଳାଙ୍କୁ ପ୍ରଥମେ ସ୍ମାର୍ଟ କାର୍ଡ ବଣ୍ଟନ କରିଥିଲେ ମୁଖ୍ୟମନ୍ତ୍ରୀ I କିନ୍ତୁ ସେହି ମାଲକାନଗିରି ର ହସ୍ପିଟାଲ ରେ ଚିକିତ୍ସା ସୁବିଧା ମିଳିନାହିଁ I ଶେଷରେ ବିଭିନ୍ନ ସରକାରୀ ଓ ବେସରକାରୀ ଚିକିତ୍ସାଳୟ ବୁଲି ବୁଲି ମୃତ୍ୟୁ ବରଣ କଲେ ବଣ୍ଡା ସମ୍ପ୍ରଦାୟର ସନ୍ୟା ମୁଦୁଲିଙ୍କ ଭାଇ ।
ସନ୍ୟାଙ୍କ ଭାଇକୁ ବ୍ଲଡ଼ କ୍ୟାନସର ହୋଇଥିବାରୁ ସେ ତାଙ୍କର ଚିକିତ୍ସା ପାଇଁ ଚିକିତ୍ସାଳୟ ବ୍ୟତୀତ ବ୍ଲକରେ ବିଡିଓ , ତହସିଲଦାରଙ୍କୁ ଅର୍ଥର ଆବଶ୍ୟକତା ପାଇଁ ଅନୁରୋଧ କରିଥିଲେ କିନ୍ତୁ କେହି ମଧ୍ୟ ସନ୍ୟାଙ୍କ ଗୁହାରି ଶୁଣି ନଥିଲେ। ଶେଷରେ ମୃତ୍ୟୁ ବରଣ କରିଥିଲେ ସନ୍ୟାଙ୍କ ଭାଇ । ଏହାପରେ ତାଙ୍କୁ ଗାଁକୁ ଅଣାଯାଇଥିଲା। ମାତ୍ର ଖରାପ ରାସ୍ତା ଯୋଗୁ ଡୁଙ୍ଗୁରିପଡା ଠାରେ ତାଙ୍କୁ ଗାଡି ଛାଡି ଚାଲିଯାଇଥିଲା । ଏହାପରେ ଗାଁ ଲୋକେ ଡୁଙ୍ଗୁରିପଡା ଠାରୁ ନିଜ ଗାଁ ତମଗୁଡାକୁ ଭାରରେ ବୋହି ଆଣିଥିଲେ । ଏହି ଭଳି ରାଜ୍ୟ ର ଅନେକ କେତେକ ହସ୍ପିଟାଲ ଗୁଡିକରେ ମଧ୍ୟ ସ୍ମାର୍ଟ କାର୍ଡ ମାଧ୍ୟମରେ ଉପଯୁକ୍ତ ଚିକିତ୍ସା ସେବା ମିଳୁ ନ ଥିବା ଅଭିଯୋଗ ଆସୁଛି I

Comments (0)
Add Comment