ନୂଆଦିଲ୍ଲୀ: ପ୍ରଶ୍ନପତ୍ର ଲିକ୍ ବିବାଦ ଏବଂ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଜାରି ଭିତରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ କମିଟି ଅନ୍ ସିକ୍ୟୁରିଟି ଓ କ୍ୟାବିନେଟ୍ କମିଟି ଅନ୍ ଇକୋନମିକ୍ ଆଫେୟର୍ସର ବୈଠକ ପରେ କେନ୍ଦ୍ର ମନ୍ତ୍ରିମଣ୍ଡଳର ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି । ଏହି ବୈଠକରେ ପ୍ରଶ୍ନପତ୍ର ଲିକ୍ ସଂପର୍କିତ ଡ୍ରାଫ୍ଟ ବିଲ୍ ଉପରେ ଚର୍ଚ୍ଚା ହୋଇଛି ଏବଂ ଏହାକୁ ମଞ୍ଜୁରି ଦିଆଯାଇଛି । ନୂଆଦିଲ୍ଲୀ ସ୍ଥିତ କନଷ୍ଟିଟ୍ୟୁସନାଲ୍ କ୍ଲବ୍ ଅଫ୍ ଇଣ୍ଡିଆରେ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଏବଂ ଜିତେନ୍ଦ୍ର ସିଂହ ସହ କକରୋଚ୍ ଜନତା ପାର୍ଟିର ପ୍ରତିନିଧି ଆଲୋଚନା କରି ନିଜ ଦାବି ରଖିଛନ୍ତି । କ୍ୟାବିନେଟ୍ ବୈଠକରେ ପବ୍ଲିକ୍ ଏକ୍ଜାମିନେସନ୍ ଆକ୍ଟ, ୨୦୨୪କୁ ଅଧିକ କଠୋର କରିବା ପ୍ରସ୍ତାବ ଉପରେ ଆଲୋଚନା ହୋଇଛି । ପେପର୍ ଲିକ୍ ମାଫିଆଙ୍କ ବିରୁଦ୍ଧରେ କଠୋର ପ୍ରାବଧାନ ରହିବ । ଏକ ସ୍ୱତନ୍ତ୍ର ଫାଷ୍ଟ-ଟ୍ରାକ୍ କୋର୍ଟକୁ ତିନି ମାସ ମଧ୍ୟରେ ତଦନ୍ତ କରି ରାୟ ପ୍ରଦାନ କରିବାକୁ କ୍ଷମତା ଦିଆଯିବ। ଏହା ବ୍ୟତୀତ, ପେପର ଲିକ୍ ମାମଲାରେ ୧୦ ବର୍ଷ ଜେଲଦଣ୍ଡ ଏବଂ ୧୦ କୋଟି ଜରିମାନା ଦଣ୍ଡ ହେବ ।